www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା : ହିତାଧିକାରୀଙ୍କୁ ୩ ମାସ ପାଇଁ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ :   ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଯୋଗାଇଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫ୍‍ସିଆଇ) ଦେଶର ବିଭିନ୍ନ ରାଜ୍ୟକୁ ପର୍ଯ୍ୟାପ୍ତ
ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦେଇଛି ।

ଏହି ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ଆସନ୍ତା ୩ ମାସ ପାଇଁ ମାସକୁ ୫ କିଗ୍ରା. ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ
ଦିଆଯାଉଛି । ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆସାମ,ହିମାଚଳପ୍ରଦେଶ, ମେଘାଳୟ, ସିକିମ୍‍, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, ହରିଆଣା, କେରଳ ଏବଂ ମିଜୋରାମ ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ଏଫ୍‍ସିଆଇରୁ ଖାଦ୍ୟଶସ୍ୟ ସଂଗ୍ରହ କରାଯାଉଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତା
କିଛିଦିନ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ଖାଦ୍ୟଶସ୍ୟ ସଂଗ୍ରହ କରି ବଣ୍ଟନ ଆରମ୍ଭ କରିବେ । ସାରା ଦେଶରେ ଜାରି ରହିଥିବା ଲକ୍‍ଡାଉନ ପରିପ୍ରେକ୍ଷୀରେ ଏଫ୍‍ସିଆଇ ନିରବଚ୍ଛିନ୍ନ କୋଭିଡ-୧୯  ବିରୋଧୀ ସଂଗ୍ରାମ ପାଇଁ ଗତ ୧୪ ଦିନ ଧରି ଲାଗିରହିଥିବା ଲକଡାଉନ ପରିପ୍ରେକ୍ଷୀରେ ଏଫ୍‍ସିଆଇ ଦୈନିକ ହାରାହାରି ଏକଲକ୍ଷ ୪୪ ହଜାର ଟନ୍‍ ଖାଦ୍ୟଶସ୍ୟ ବିଭିନ୍ନ ସ୍ଥାନରେପହଞ୍ଚାଉଛି। ଏହି ସମୟ ମଧ୍ୟରେ ମୋଟ୍‍ ୧୮ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ଦେଶର ବିଭିନ୍ନ ଭାଗକୁ ପରିବହନ କରାଯାଇଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories