www.samajalive.in
Saturday, December 13, 2025
26.1 C
Bhubaneswar

ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଣିଥରେ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ

ଯାଜପୁର : ଯାଜପୁର ଜିଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣିଥରେ ଓହ୍ଲାଇଲେ ଜିଲାପାଳ ରଞ୍ଜନ କୁମାର ଦାସ। ଆଜି ବଡ଼ି ଭୋରରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ୍ ନେଇ ଆସିଥିଲେ। ସେହି ଗାଡିଗୁଡ଼ିକୁ ଜବତ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ କରାଯାଇଛି। ସକାଳ ୬ରୁ ୧୦ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ଜିଲାପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା। ଏଥିପାଇଁ କେବଳ ସାଇଲେକରେ କିମ୍ବା ପାଦରେ ଚାଲି ଚାଲି ଆସିବାକୁ ପରାମର୍ଶ ଦିଆଯାଥିଲା। କିନ୍ତୁ ଏହାକୁ ଅମାନ୍ୟ କରି ବାଳାଶ୍ରମ ପଡିଆକୁ ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲାପାଳଙ୍କ ସହିତ ଜିଲାର ବରିଷ୍ଠ ଅଧିକାରୀ ସାମିଲ ହୋଇ ଏହି ଅମାନିଆମାନଙ୍କୁ ସାବାଡ କରିଥିଲେ। କେବଳ ଯାଜପୁର ସହର ନୁହେଁ ସମଗ୍ର ଯାଜପୁର ଜିଲାରେ ଏଭଳି ଦୃଢ଼ ପଦକ୍ଷେପ ନେଇଛି ଜିଲାପ୍ରଶାସନ।

ସେହିପରି ଯାଜପୁର ସଦରମହକୁମାର ବିଭିନ୍ନ ରାସ୍ତାକଡରେ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କୁ ବାରମ୍ବାର ରାସ୍ତା ଅବରୋଧ ନକରିବାକୁ ତାଗିଦ କରାଯାଇଥିଲେ ମଧ୍ୟ ସେମାନେ ମାନୁ ନଥିଲେ। ସେମାନଙ୍କୁ ମଧ୍ୟ ସାବାଡ କରିଛନ୍ତି ଜିଲାପାଳ। ଏହି ଅବସରରେ ଅତିରିକ୍ତ ଜିଲାପାଳ ମିହିର କୁମାର ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଉପସ୍ଥିତ ରହି ଗାଡିଗୁଡିକ ଜବତ କରିବା ସହ ଲୋକମାନଙ୍କୁ ସରକାରଙ୍କ ସମସ୍ତ ଲକ୍ ଡ଼ାଉନ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ।

- Advertisement -

ସେପଟେ ଯାଜପୁର ଜିଲ୍ଲାରେ ଲକ୍ ଡାଉନ୍ ନିୟମ ଉଲଂଘନ କରି ବିଭିନ୍ନ ଥାନା ଦ୍ୱାରା ମୋଟ ୩୦୨ଟି ବାଇକ୍ ଜବତ ହୋଇଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଏସ ପି ଚରଣ ସିଂ ମିନା ଏକ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଏଥି ସହ ନିଜ ଘରେ ରହି ସମୟ କାଟି ପ୍ରଶାସନର ନିୟମ ମାନିବାକୁ ଏସପି ଜିଲାଵାସୀଙ୍କୁ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories