www.samajalive.in
Saturday, December 6, 2025
23.1 C
Bhubaneswar

ସରଳ ଉପାୟରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବୟସ ଓ ବର୍ଗର ଲୋକଙ୍କ ଶରୀରର ରୋଗପ୍ରତିରୋଧ ଶକ୍ତି ଭଲ ରହିବା ଆବଶ୍ୟକ। ଏବେଠାରୁ ନିଜ ଖାଦ୍ୟପାନୀୟ ବାବଦରେ ସତର୍କ ରହିବା ଜରୁରୀ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ କେତୋଟି ସରଳ ଉପାୟ ପ୍ରତ୍ୟହ ପାଳନ କଲେ ଆମେ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିପାରିବା।

– ନିୟମିତ ଭାବେ ଉଷୁମ ପାଣି ସେବନ କରନ୍ତୁ। ସମୟକ୍ରମେ ଏହାର ଉତ୍ତମ ପ୍ରଭାବ ଜାଣିପାରିବେ। ଫ୍ରିଜ୍‌ ପାଣି ଆଦୌ ପିଅନ୍ତୁନାହିଁ। ଅତ୍ୟଧିକ ଗରମ ଦିନେ ଆପଣ କଳ ପାଣିରେ ଅଳ୍ପ ଫ୍ରିଜ୍ ପାଣି ମିଶାଇ ପିଇପାରିବେ।
–  ଶୁଦ୍ଧ ହଳଦୀ ଗୁଣ୍ଡ, ଜୀରା, ରସୁଣ, ଧନିଆ ପତ୍ରର ଉପଯୋଗ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଉପଯୋଗ କରନ୍ତୁ।
–  ପିଲା ଓ ଯୁବବର୍ଗ ପ୍ରତ୍ୟହ ୧୦ ଗ୍ରାମ୍ ଚ୍ୟବନପ୍ରାଶ ସକାଳ ଓ ସନ୍ଧ୍ୟାରେ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ।
– ଦିନକୁ ଥରେ କିମ୍ବା ଦୁଇଥର ଅଧ କପ୍ ନଖ ଉଷୁମ ଖିରରେ ୧ ଚାମଚ ଶୁଦ୍ଧ ହଳଦୀ ମିଶାଇ ପିଅନ୍ତୁ। ଏହା ଆପଣଙ୍କ ଶରୀର ନିମନ୍ତେ ମହୌଷଧି ଭଳି କାମ କରିବ।
–  ଶୁଦ୍ଧ ନଡ଼ିଆ ତେଲ କିମ୍ବା ଦେଶୀ ଘିଅ ଗୋଟିଏ ବୁନ୍ଦା ଲେଖାଏଁ ନିଜ ନାକରେ ସକାଳବେଳା ପକାଇବା ଉଚିତ।
– ଏସବୁ ସହ ଘରେ ପ୍ରସ୍ତୁତ ଖାଦ୍ୟକୁ ଉଷୁମ କରି ଖାଇବା ସହ ପ୍ରତିଦିନ କିଛି ସମୟ ଚଲାବୁଲା କରନ୍ତୁ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories