www.samajalive.in
Monday, December 8, 2025
13.1 C
Bhubaneswar

ଭାରତରେ କରୋନା: ୧୦୯ ମୃତ, ୪୦୬୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ସୁଦ୍ଧା ୧୦୯ରେ ପହଞ୍ଚିଛି। ଏହା ସହିତ ଦେଶରେ ୪୦୬୬ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୬୬୬ ଜଣ ଚିକିତ୍ସିତ ହେଉଥିବାବେଳେ ୨୯୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଇଣ୍ଡିଆ କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୪୨୮୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁରେ ୫୭୧, ଦିଲ୍ଲୀରେ ୫୦୩, ତେଲେଙ୍ଗାନାରେ ୩୩୪, କେରଳରେ ୩୧୪, ଉତ୍ତରପ୍ରଦେଶ ୨୭୮, ରାଜସ୍ଥାନ ୨୬୬, ଆନ୍ଧ୍ରପ୍ରଦେଶ ୨୫୨, ମଧ୍ୟପ୍ରଦେଶ ୧୯୩, କର୍ଣ୍ଣାଟକ ୧୫୧, ଗୁଜରାଟ ୧୨୮, ଜାମ୍ମୁ-କାଶ୍ମୀର ୧୦୬, ହରିୟାଣା ୯୦, ପଶ୍ଚିମବଙ୍ଗ ୮୦, ପଞ୍ଜାବ ୬୮ ଏବଂ ଓଡ଼ିଶାରେ ୩୯ ଆକ୍ରାନ୍ତ ରହିଛନ୍ତି। ସେହିପରି ବିହାରରେ ୩୨, ଆସାମରେ ୨୬, ଉତ୍ତରାଖଣ୍ଡରେ ୨୬, ଚଣ୍ଡୀଗଡ଼ରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories