www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ମୁକାବିଲାରେ ସହାୟତାର ଅଗ୍ରଣୀ ଯୋଦ୍ଧା

https://www.youtube.com/watch?v=sDyNWyk_Iqc

ସମାଜ ପୋର୍ଟାଲ ଡେସ୍କ (ମହେଶ ଶର୍ମା): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଲକ ଡାଉନ ସମୟରେ ସହାୟତାର ହାତ ବଢ଼ାଇଛନ୍ତି କିନ୍ନର। ଲକ ଡାଉନକୁ ଆଜି ୯ଦିନ ହୋଇଥିବା ବେଳେ ଅନ୍ୟମାନଙ୍କ ଭଳି ଦିନକୁ ଦୁଇ ଓଳି ନିଜ ପାଇଁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଥିବା ବେଳେ ସେହି କିନ୍ନରମାନଙ୍କ ମଧ୍ୟରୁ କେତେ ଜଣ କିନ୍ତୁ ଆଗେଇ ଆସିଛନ୍ତି ଗରିବମାନଙ୍କ ସାହାଯ୍ୟ ପାଇଁ। କେବଳ ଗରିବ କାହିଁକି କିନ୍ନର ସମାଜସେବୀମାନେ ପୁଲିସ ଓ ପ୍ରଶାସନକୁ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ସେମିତି ଜଣେ କିନ୍ନର ହେଉଛନ୍ତି ସୁନ୍ଦରଗଡ଼ କିନ୍ନର ଟ୍ରାନ୍ସଜେଣ୍ଡର ସଂଘର ଅଧ୍ୟକ୍ଷା ଜୋୟା ତ୍ରିପାଠୀ। ନିଜ ସହଯୋଗୀମାନଙ୍କ ସହ ସେ ଆବଶ୍ୟକ କରୁଥିବା ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରୁଛନ୍ତି। ରାଉରକେଲା ନିବାସୀ ଜୋୟା ମଧ୍ୟ ଏ ନେଇ ଅପିଲ କରିଥିବା ବେଳେ ଅନୁଗୁଳ ଜିଲ୍ଲାର ଜଣେ ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସ ବୁଲି ବୁଲି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି।

- Advertisement -

https://www.youtube.com/watch?v=476xs-TL1L0

 

ଏକ ଆକଳନ ଅନୁଯାୟୀ ଓଡ଼ିଶାରେ ପାଖାପାଖି ୨୫ ହଜାର କିନ୍ନର ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରେଳ ଷ୍ଟେସନ, ଟୋଲ ପ୍ଲାଜା ଭଳି ସ୍ଥାନରେ ନିଜ ଆୟର ପନ୍ଥା ଦେଖିଥାନ୍ତି କିନ୍ତୁ ଏବେ ଲକ ଡାଉନ ସମୟରେ ସେ ସବୁ ସ୍ଥାନ ଶୂନଶାନ। ଏଭଳି ସମୟରେ ଅନ୍ୟକୁ ସାହାଯ୍ୟ କରିବା ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ତାହାକୁ ଭୃକ୍ଷେପ ନ କରି ସେମାନେ ସମାଜର ଅବହେଳିତ ବର୍ଗଙ୍କ ସହାୟତା ପାଇଁ ଅଣ୍ଟା ଭିଡିଛନ୍ତି। ଜୋୟା ନିଜେ ଜରୁରୀ ସାମଗ୍ରୀ ସବୁ ପ୍ୟାକିଂ କରିବା ସହ ଲୋକମାନଙ୍କ ପାଖକୁ ଯାଇ ଦେଇ ଆସୁଛନ୍ତି। ଜୋୟାଙ୍କୁ ଏବେ ମିଳିଛି ନୂଆ ନାଁ ‘କରୋନା ଯୋଦ୍ଧା’। ସେ ଅପିଲ କରିଛନ୍ତି ଯେ ସମାଜର ଅନ୍ୟ ବର୍ଗର ଲୋକଙ୍କ ଭଳି କିନ୍ନରମାନେ ମଧ୍ୟ ସାହାଯ୍ୟ ଆବଶ୍ୟକ କରନ୍ତି। ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନଗୁଡିକ କିନ୍ନରମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସନ୍ତୁ ବୋଲି ସେ କହିଛନ୍ତି। ଆମେ ବି ଏ ସମାଜର ଅଂଶ ବିଶେଷ ଓ ଆମକୁ ସାହାଯ୍ୟ କରାଯିବା ଆବଶ୍ୟକ ବୋଲି ଜୋୟା କହନ୍ତି। ଜୋୟାଙ୍କ ସହ ରିଲିଫ ବଣ୍ଟନରେ ସହଯୋଗ କରୁଥିବା ରୁନୁ, ଅର୍ଚନା, ଦୁର୍ଗା, ବନ୍ଦନା, ଅମ୍ବିକା ଏବଂ ସପନା ମଧ୍ୟ ସମାନ ମତ ରଖିଛନ୍ତି।

ଅନୁଗୁଳ ଜିଲ୍ଲାରେ ସକ୍ରିୟ ଥିବା ଚିନ୍ମୟୀ ଦାସ କହିଛନ୍ତି ଯେ ସେ ଲକ ଡାଉନ ଘୋଷଣା ହେବା ଦିନ ଠାରୁ ହିଁ କାମ କରିବା ଆରମ୍ଭ କରିଛନ୍ତି। ଚିନ୍ମୟ ନିଜେ ଯେତିକି ପାରନ୍ତି ସାହାଯ୍ୟ କରନ୍ତି ଓ ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସାହାଯ୍ୟରେ ବିଭିନ୍ନ ସାମଗ୍ରୀ ବଣ୍ଟନ ପାଇଁ ଦେଇଥାନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories