www.samajalive.in
Thursday, December 11, 2025
18.1 C
Bhubaneswar

ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍‍ ଡାଉନର ଅବଶିଷ୍ଟ ସମୟକୁ ସଫଳ କରିବା : ଧର୍ମେନ୍ଦ୍ର ପ୍ରଧାନ

– ଲକ୍‍ ଡାଉନର ପ୍ରଥମ ସପ୍ତାହରେ ହୋଇଥିବା ଭୁଲର ପୁନରାବୃତି ନକରି ଆଗାମୀ ଦୁଇ ସପ୍ତାହ ଘରେ ରହି
ଲକ୍‍ ଡାଉନକୁ ଶତ ପ୍ରତିଶତ ସଫଳ କରିବାକୁ ନିବେଦନ
– ଦେଶର ପ୍ରାୟ ୯୫ ପ୍ରତିଶତ ଲକ୍‍ ଡାଉନକୁ ପାଳନ କରୁଥିବା ବେଳେ ୫ ପ୍ରତିଶତ ଲୋକ ଏହାର ବ୍ୟତିକ୍ରମ
କରିବାକୁ ଚେଷ୍ଟା କରୁଛନ୍ତି
– ସମସ୍ତେ ଭେଦଭାବକୁ ଭୁଲି କରୋନା ବିରୋଧରେ ଏକାଠୀ ହେବା ଭଳି ଦେଶରେ ବଡ ଜନଆନ୍ଦୋଳନ ତିଆରି
ହୋଇଛି
– ଲକ୍‍ ଡାଉନ୍‍ ଅର୍ଥ ଘରେ ରହିବା, ଶତ ପ୍ରତିଶତ ଶୃଙ୍ଖଳିତ ରହିବା ଏବଂ ସ୍ଥାନୀୟ ପ୍ରଶାସନର ବ୍ୟବସ୍ଥାକୁ ମାନିବା
– ଦେଶର ସବୁ ସରକାର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସଫେଇ କର୍ମଚାରୀ ଗଣମାଧ୍ୟମ, ଖାଦ୍ୟ ଯୋଗାଉଥିବା ବ୍ୟକ୍ତି
ଏହି ଅଭାବନୀୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ତତ୍ପର
– ବିଶ୍ୱର ଅନେକ ଧନୀ ରାଷ୍ଟ୍ର କରୋନା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କିଛି ଛୋଟ ଦେଶ ଲକ୍‍
ଡାଉନକୁ ସୀମିତ ରଖି ସଂକଟକୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି।
ଭୁବନେଶ୍ୱର : ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍‍ ଡାଉନ୍‍ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ ଏକ ଭିଡିଓ ବାର୍ତ୍ତାରେ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍‍ ଡାଉନର ପ୍ରଥମ ସପ୍ତାହରେ ହୋଇଥିବା ଭୁଲର ପୁନରାବୃତି ନକରି ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘରେ ରହି ଲକ୍‍ ଡାଉନକୁ ଶତ ପ୍ରତିଶତ ସଫଳ କରିବାକୁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାରା ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିବା ଲକ୍‍ ଡାଉନକୁ ପାଖାପାଖି ଏକ ସପ୍ତାହ ପୂରିଥିବା ବେଳେ ଏହା ଦ୍ୱିତୀୟ ସପ୍ତାହକୁ ପ୍ରବେଶ କରିଛି। ଦେଶର ସମସ୍ତ ନାଗରିକ, ସବୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଭେଦଭାବକୁ ଭୁଲି ପ୍ରଧାନମନ୍ତ୍ରୀଙ୍କର ଏହି ଲକ୍‍ ଡାଉନ୍‍ ଆହ୍ୱାନକୁ ସଫଳ କରିବା କାମରେ ଲାଗିଛନ୍ତିା ସମସ୍ତେ କରୋନାକୁ ହରାଇବା ପାଇଁ ଏକଜୁଟ୍‍ ହୋଇଛନ୍ତି ଏବଂ ସମସ୍ତେ ଭେଦଭାବକୁ ଭୁଲି କରୋନା ବିରୋଧରେ ଏକାଠୀ ହେବା ଭଳି ଦେଶରେ ଗୋଟିଏ ବଡ଼ ଜନ ଆନ୍ଦୋଳନ ତିଆରି ହୋଇଛି।
ମାତ୍ର ଏହା ମଧ୍ୟରେ କିଛି ଛୋଟ ଛୋଟ ବିସଙ୍ଗତି ବା ଅବ୍ୟବସ୍ଥା ସାମ୍ନାକୁ ଆସିଛି। ସାରା ଦେଶ ଲକ୍‍ ଡାଉନ୍‍ ସତ୍ତ୍ବେ କିଛି
ଜାଗାରେ ଲୋକମାନେ ଘରୁ ବାହାରକୁ ବାହାରୁଛନ୍ତି। ଦେଶର ପ୍ରାୟ ୯୦ ରୁ ୯୫ ପ୍ରତିଶତ ଲୋକ ଲକ୍‍ ଡାଉନକୁ ଶୃଙ୍ଖଳିତ ଭାବେ ପାଳନ କରୁଥିବା ବେଳେ ୫ ପ୍ରତିଶତ ଲୋକ ଏହାର ବ୍ୟତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ବର୍ତ୍ତମାନ ଏହାକୁ ଆଲୋଚନା କରିବାର ସମୟ ନୁହେଁ ବରଂ ସୁଧାରିବାର ସମୟ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ, ଲକ୍‍ ଡାଉନକୁ ଶୃଙ୍ଖଳିତ ଭାବେ ପାଳନ କରୁନଥିବା ଲୋକଙ୍କୁ ବୁଝାଇ ୧୦୦ ପ୍ରତିଶତ ଲକ୍‍ ଡାଉନକୁ
ସଫଳ କରିବାକୁ ପଡିବ। ଏଥିପାଇଁ ଗରିବ ଲୋକମାନଙ୍କର ଧ୍ୟାନ ଦେବାକୁ ପଡିବ, ନିଜେ ଘରେ ରହିବାକୁ ପଡିବ ଏବଂ ଆଖପାଖ ଲୋକଙ୍କୁ ବୁଝାଇ ସଚେତନ କରିବାକୁ ପଡିବ। ଆହୁରି ବାକି ୧୪ ଦିନ ସମସ୍ତଙ୍କୁ ସ୍ୱୟମ୍‍ ଓ ସଂଯତ ଆକାରରେ
ରହିବା ପାଇଁ ପଡିବ। ଦେଶର ସବୁ ସରକାର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସଫେଇ କର୍ମଚାରୀ, ଘରୋଇ କର୍ମଚାରୀ ତଥା ଏହିପରି ବ୍ୟକ୍ତିବିଶେଷ ଏହି ପ୍ରକାର ଅଭାବନୀୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆଜି ତତ୍ପର ଅଛନ୍ତି। ଏହା ଏକ ମାନସିକ ଯୁଦ୍ଧ ଭାବରେ ସମସ୍ତେ ଲଢୁଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବିଶ୍ୱର ଆମେରିକା, ଇଟାଲୀ, ଚୀନ ସମେତ ଅନେକ ଧନୀ ରାଷ୍ଟ୍ର କରୋନା ପାଇଁ ଅସୁବିଧାର
ସମ୍ମୁଖୀନ ହେଉଛନ୍ତି। ମାତ୍ର ବିଶ୍ୱର କିଛି ଛୋଟ ଛୋଟ ଦେଶ ଲକ୍‍ ଡାଉନକୁ ସୀମିତ ରଖି ସଂକଟକୁ ବାନ୍ଧି ରଖିବାରେ
ସଫଳ ହୋଇଛନ୍ତି। ତେଣୁ ସମସ୍ତଙ୍କୁ ସରକାର ତଥା ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବାର ଆବଶ୍ୟକତା ରହିଛି
ଏବଂ ସ୍ୱୟଂସେବୀ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ, ସଚେତନ ନାଗରିକ ପ୍ରଶାସନର ଯୋଜନାକୁ ଏହି ସବୁ
କ୍ରିୟାନ୍ୱୟନ କରିବାର ଆବଶ୍ୟକତା ରହିଛି। ପ୍ରଶାସନିକ ଲୋକ ଯଥା ପୁଲିସ ଏବଂ ଅନ୍ୟ ବ୍ୟକ୍ତିବିଶେଷ ତଥା ସମ୍ବାଦପତ୍ର ଓ ଗଣମାଧ୍ୟମର ପ୍ରତିନିଧିମାନେ, ଅତ୍ୟାବଶ୍ୟକ ସାମଗୀର ସେବା ଯୋଗାଉଥିବା ଲୋକମାନେ ନିଜ ଜୀବନକୁ ବାଜିରେ ଲଗାଇ ବଡ଼ ସମାଜ ସୁରକ୍ଷିତ ରହିବା କାମରେ ଲାଗିଛନ୍ତି। ତେଣୁ ଗୋଟିଏ ଜାଗାରେ ଅଜାଣତରେ ଛୋଟ ଭୁଲ ହେଲେ ମଧ୍ୟ ଏହାର ବଡ ମୂଲ୍ୟ ଦେବାକୁ ପଡିପାରେ। ଲକ୍‍ ଡାଉନ୍‍ ଅର୍ଥ ଘରେ ରହିବା, ଶତ ପ୍ରତିଶତ ଶୃଙ୍ଖଳିତ ରହିବା ଏବଂ ସ୍ଥାନୀୟ ପ୍ରଶାସନର
ବ୍ୟବସ୍ଥାକୁ ମାନିବା। ଏହାର କୌଣସି ବିକଳ୍ପ ନାହିଁ। ସମସ୍ତଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ରହିଛି ବୋଲି ଭିଡିଓରେ
ଶ୍ରୀ ପ୍ରଧାନ କହିଛନ୍ତିା

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories