www.samajalive.in
Saturday, December 13, 2025
26.1 C
Bhubaneswar

ସଫେଇ କର୍ମଚାରୀଙ୍କୁ ଟଙ୍କା ମାଳ ପିନ୍ଧାଇଲେ କଲୋନୀବାସୀ

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଭୂତାଣୁର ପ୍ରକୋପ ବଢ଼ି ଚାଳିଥିବାବେଳେ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବିପଦରେ ପକାଇ ରାସ୍ତାଘାଟ, ଗଳିକନ୍ଦିରୁ ଅଳିଆ ଆବର୍ଜନା ସଫା କରୁଛନ୍ତି। ଏପରି ସମ୍ବେଦନଶୀଳ ସମୟରେ ସେମାନଙ୍କ କାର୍ଯ୍ୟର ଗୁରୁତ୍ଵକୁ ବୁଝି ସେମାନଙ୍କୁ ଏକ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ପଞ୍ଜାବର ନାଭା କଲୋନୀବାସୀ।

ମଙ୍ଗଳବାର ସକାଳେ ନାଭା କଲୋନୀରେ ସଫେଇ କର୍ମଚାରୀ ଯେତେବେଳେ ଲୋକଙ୍କ ଘର ସମ୍ମୁଖରୁ ଆବର୍ଜନା ଉଠାଉଥିଲେ, ସେତେବେଳେ କଲୋନୀବାସୀ ଛାତ ଉପରେ ରହି ସେମାନଙ୍କ ଉପରକୁ ଫୁଲ ପକାଉଥିଲେ। କେବଳ ଏତିକି ନୁହେଁ କେତେଜଣ କଲୋନୀ ବାସିନ୍ଦା ସଫେଇ କର୍ମଚାରୀଙ୍କୁ ଟଙ୍କା ମାଳ ପିନ୍ଧାଇବା ଥିଲେ। କଲୋନୀବାସୀଙ୍କ ଏଭଳି ଉଦ୍ୟମକୁ ମଧ୍ୟ ପ୍ରଶଂସା କରାଯାଇଛି।

- Advertisement -

ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ ହେଉଛି ପ୍ରଥମ ରାଜ୍ୟ ଯେଉଁଠି ୨୧ ଦିନିଆ ଲକ୍‌ଡାଉନ ପୂର୍ବରୁ ଯାତ୍ରୀ ପରିବହନ ସେବାକୁ ବନ୍ଦ କରିଦିଆଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories