www.samajalive.in
Saturday, December 13, 2025
26.1 C
Bhubaneswar

‘ସମାଜ’ ରିଲିଫ କମିଟି ପକ୍ଷରୁ ରିଲିଫ ବଣ୍ଟନ

ବାଲିଚନ୍ଦ୍ରପୁର : ଦୁସ୍ଥ ଓ ଅସହାୟଙ୍କ ସହ ସର୍ବଦା ନିଜକୁ ସାମିଲ କରିଆସିଥିବା ତଥା ସହାୟତା ପ୍ରଦାନ କରିଆସିଥିବା ‘ସମାଜ’ ଅନୁଷ୍ଠାନ କରୋନା ଭାଇରସ୍‍ ସଂକ୍ରମଣ ଭଳି ବିପଦ ସମୟରେ ମଧ୍ୟ ଓଡିଶା ବାସୀଙ୍କ ନିକଟରେ ପହଞ୍ଚିଛି।
କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର କେତେକ ସତର୍କତ୍ତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ସାମାଜିକ ଦୁରତ୍ୱକୁ ରକ୍ଷା କରିବା ପାଇଁ ଲକ୍‍ ଡାଉନ ଭଳି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଲକ୍‍ ଡାଉନ୍‍ ସମୟରେ ଶ୍ରମିକ ତଥା ଦିନ ମଜୁରିଆ ମାନେ ଖାଇବାକୁ ପାଉନଥିବା ବେଳେ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସେମାନଙ୍କୁ ରିଲିଫ ଆକାରରେ ସୁଖିଲା ଖାଦ୍ୟ ପ୍ୟାକେଟ୍‍ ପ୍ରଦାନ କରାଯାଇଛି।
‘ସମାଜ’ ରିଲିଫ କମିଟି କଟକ ଶାଖାର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ମଙ୍ଗଳବାର ସନ୍ଧ୍ୟା ସମୟରେ ବାଲିଚନ୍ଦ୍ରପୁର ଅଞ୍ଚଳରେ ପହଞ୍ଚି ରିଲିଫ ବଣ୍ଟନ କରିଥିଲେ। ପରେ ଶ୍ରୀ ଆଚାର୍ଯ୍ୟ ନଳୀପୁରସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ଅଭିଯାନ ପ୍ରାଙ୍ଗଣରେ ପ୍ରତିଷ୍ଠା କରାଯାଇଥିବା ଗୋପବନ୍ଧୁ ସେବାକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଆଶ୍ରୟ ନେଇଥିବା ବୟସ୍କ ଖଟିଖିଆ ତଥା ଶ୍ରମିକମାନଙ୍କୁ ୨୪୦ ପ୍ୟାକେଟ୍‍ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଖାଦ୍ୟ ପ୍ୟାକେଟ୍‍ ସହ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ମଧ୍ୟ ଶ୍ରୀ ଆଚାର୍ଯ୍ୟ ସେମାନଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୁଦନ ଦାସ, ଅକ୍ଷୟ ମହାନ୍ତି, ଭାସ୍କର ଜେନା, ଦେବକୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଖାଦ୍ୟ ପ୍ୟାକେଟ୍‍ ଓ ମାସ୍କ ଗ୍ରହଣ କରିବା ସହ ‘ସମାଜ’ ଅନୁଷ୍ଠାନ କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories