www.samajalive.in
Saturday, December 13, 2025
26.1 C
Bhubaneswar

‘ପିଏମ୍ କେୟାର୍ସ’ ପାଣ୍ଠିକୁ ସବୁ କର୍ମକର୍ତ୍ତା ୧୦୦ ଟଙ୍କା ଦେବାକୁ ବିଜେପିର ଆହ୍ବାନ

ଭୁବନେଶ୍ୱର : କରୋନା ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି। ଏହାର ମୁକାବିଲା କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଏକ ସମର୍ପିତ ଜାତୀୟ ପାଣ୍ଠି ‘ପିଏମ୍ କେୟାର୍ସ ଫଣ୍ଡ’ ଗଠନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିର ପ୍ରତ୍ୟେକ କର୍ମକର୍ତ୍ତା ପିଏମ୍ କେୟାର୍ସ ଫଣ୍ଡକୁ ୧୦୦ଟଙ୍କା ଲେଖାଏଁ ଦେବାପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିର୍ଦେଶ ଦେଇଛନ୍ତି। ଏହିକ୍ରମରେ ଓଡ଼ିଶାର ପ୍ରତ୍ୟେକ ବିଜେପି କର୍ମକର୍ତ୍ତା ପିଏମ କେୟାର୍ସ ଫଣ୍ଡକୁ ୧୦୦ ଟଙ୍କାର ସହାୟତା ରାଶି ପଠାଇବା ସହ ୧୦ ଜଣଙ୍କୁ ଏହି ଫଣ୍ଡକୁ ଦାନ କରିବା ପାଇଁ ପ୍ରବର୍ତାଇବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କୁ ଏକାଠି ହୋଇ ଲଢ଼ିବାକୁ ପଡିବ। ଦେଶର କୋଣ ଅନୁକୋଣରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷ ଏହି ଫଣ୍ଡକୁ ସହାୟତା ପଠାଉଛନ୍ତି। ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି। ଏହି ସମୟରେ ନିଜକୁ ସାମିଲ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ଜରୁରୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହାସହିତ କରୋନାକୁ ହରାଇବା ପାଇଁ ଆମେ ସମସ୍ତେ ନିଜ ନିଜ ଅଞ୍ଚଳରେ ଅସହାୟ ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଏବଂ ‘ଫିଡ ଦ୍ ନିଡି’ କାର୍ଯ୍ୟକ୍ରମରେ ମୋଦୀ ଅନ୍ନ ଯୋଜନାରେ ଗରିବ, ଦିନ ମଜୁରିଆ, ଶ୍ରମିକ, ଅଭାବୀ ଓ ବାହାରେ ବୁଲୁଥିବା ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦେବା ସହ ଶୁଖିଲା ଖାଦ୍ୟ, ଔଷଧ, ସାନିଟାଇଜର ଆଦି ବଣ୍ଟନ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories