www.samajalive.in
Wednesday, December 10, 2025
23.1 C
Bhubaneswar

‘ସମାଜ ରିଲିଫ କମିଟି’ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ରିଲିଫ ବଣ୍ଟନ

କଟକ : ‘ସମାଜ ରିଲିଫ କମିଟି’ ପକ୍ଷରୁ ସୋମବାର ଅପରାହ୍ଣରେ ପ୍ରଥମ ପର୍ଯ୍ୟାୟ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପଟାପୋଲ ବସ୍ତି ଓ ବକ୍ସିବଜାର ନାରୀସେବା ସଦନ ପାଖ ବସ୍ତିର ଶତାଧିକ ପରିବାରଙ୍କୁ ପାଉଁରୁଟି, କଦଳୀ ଓ ବିସ୍କୁଟ ବଣ୍ଟନ କରାଯାଇଛି। ରିଲିଫ କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଏହି ରିଲିଫ ପ୍ରଦାନ କରିବା ସହ କାଲିଠାରୁ ସହରର ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ରିଲିଫ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି। ସୋମବାର କଟକ ‘ସମାଜ’ କାର୍ଯ୍ୟାଳୟରେ ‘ସମାଜ ରିଲିଫ କମିଟି’ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟବ୍ୟାପୀ କିପରି ରିଲିଫ ବଣ୍ଟନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଛି। ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ ଓ କାର୍ଯ୍ୟନିର୍ବାହୀ ସଂପାଦକ ଭୀମସେନ ଯାଦବଙ୍କ ପରାମର୍ଶ ଅନୁସାରେ ଆବଶ୍ୟକତା ନେଇ ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରିଲିଫ କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ ରିଲିଫ କାର୍ଯ୍ୟକ୍ରମର ଏକ ସବିଶେଷ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରିଲିଫ କମିଟିର ସଦସ୍ୟ ପ୍ରଫେସର ଡା. ଶିଶୁ ଶଙ୍କର ମିଶ୍ର, ଭବାନୀ ପ୍ରସାଦ ମିଶ୍ର, ‘ସମାଜ’ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ବିତ୍ତ ପରିଚାଳକ ପ୍ରଭାତ କୁମାର ଦାଶ ପ୍ରମୁଖ ଉପସ୍ଥି ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories