www.samajalive.in
Friday, December 12, 2025
16.1 C
Bhubaneswar

କରୋନା: ଭାରତ ପାଇଁ ସତର୍କ ଘଣ୍ଟି, ଦିନକରେ ୭ ମୃତ ଓ ୮୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏହାର ପ୍ରକୋପ ବିସ୍ତାର କରିବାରେ ଲାଗିଛି। ଲୋକଙ୍କ ଅବହେଳା ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିକୁ ଦିନ ବୃଦ୍ଧି ପାଇ ଚାଲିଛି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଗୁରୁବାର। ଏହି ଗୋଟିଏ ଦିନରେ ଦେଶରେ ୭ ଜଣ ପ୍ରାଣ ହରାଇଥିବାବେଳେ ୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢି ନ ଥିଲେ ହେଁ ଗୁରୁବାରର ଘଟଣା ସମଗ୍ର ଦେଶବାସୀ ଏବଂ ସରକାରଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି।

ଗୁରୁବାରର ତଥ୍ୟକୁ ବିଚାରକୁ ନେଲେ ଦେଶରେ ବର୍ତ୍ତମାନ ୨୦ ଜଣ କରୋନା ଭୂତାଣୁ ଯୋଗୁ ପ୍ରାଣ ହରାଇ ସାରିଲେଣି। ଆକ୍ରାନ୍ତ ସଂଖ୍ୟା ୭୧୯ରେ ପହଞ୍ଚିଛି। ଶୁକ୍ରବାର ଆଣ୍ଡାମାନରେ ୨ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯିଏ ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟପଟେ ମହାରାଷ୍ଟ୍ରରେ ୪ର୍ଥ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ ୧୨୪ରେ ପହଞ୍ଚିଛି। ସେହିପରି କର୍ଣ୍ଣାଟକରେ ୨ୟ ମୃତ୍ୟୁ ସାମ୍ନାକୁ ଆସିଛି। ରାଜସ୍ଥାନରେ ବି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କର୍ଣ୍ଣାଟକର ମୃତକ ଜଣକ ୭୦ ବର୍ଷୀୟ ହୋଇଥିବାବେଳେ ରାଜସ୍ଥାନରେ ୭୩ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ଏହା ସହିତ ରାଜସ୍ଥାନରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୪୦ରେ ପହଞ୍ଚିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories