www.samajalive.in
Friday, December 5, 2025
26.1 C
Bhubaneswar

ଦିଲ୍ଲୀରେ ମୋହଲ୍ଲା କ୍ଲିନିକ ଡାକ୍ତର, ପତ୍ନୀ ଓ ଝିଅ କରୋନା ଆକ୍ରାନ୍ତ; ସଂସ୍ପର୍ଶରେ ଆସିଥିବା ୮୦୦ କ୍ବାରେଣ୍ଟାଇନରେ

ନୂଆଦିଲ୍ଲୀ: ଦିଲ୍ଲୀର ମଉଜପୁର ଅଞ୍ଚଳରେ ଥିବା ମୋହଲ୍ଲା କ୍ଲିନିକର ଜଣେ ଡାକ୍ତର, ତାଙ୍କ ପତ୍ନୀ ଏବଂ ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। କାରଣ ଏହି ଡାକ୍ତରଙ୍କ ସଂସ୍ପର୍ଶରେ ପ୍ରାୟ ୯୦୦ ଜଣ ଆସିଛନ୍ତି। ସେମାନଙ୍କ ଜରିଆରେ ଭୂତାଣୁ ବ୍ୟାପିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୦୦ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ଏମାନେ ଜଣେ ମହିଳା ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ, ଯଦିଏ ନିକଟ​‌ରେ ସାଉଦିଆରବରୁ ଫେରିଥିଲେ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଜଣେ ମୋହଲ୍ଲା କ୍ଲିନିକ ଡାକ୍ତର ଏବଂ ଅନ୍ୟ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁବାର ଜଣାପଡ଼ିଛି। ସେମାନେ ସାଉଦି ଆରବରୁ ଫେରିଥିବା ଜଣେ ସଂକ୍ରମିତ ମହିଳା ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୮୦୦ ଜଣଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ବାରେଣ୍ଟାଇନରେ ରଖାଯାଇଛି। ମୋହଲ୍ଲା କ୍ଲିନିକକୁ ଯାଇଥିବା ଲୋକମାନେ ଯଦି ନିଜଠାରେ କରୋନାର କୌଣସି ଲକ୍ଷଣ ଦେଖନ୍ତି, ତେବେ ଏ ସମ୍ପର୍କରେ ତୁରନ୍ତ କଂଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ କରିବାକୁ ଏସଡିଏମ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆମ ଆଦମୀ ମୋହଲ୍ଲା କ୍ଲିନିକ ସ୍ଥାପନ କରାଯାଇଛି, ଯେଉଁଠି ଜନତାଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories