www.samajalive.in
Monday, December 8, 2025
24.1 C
Bhubaneswar

ଲକ ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଅଭିନବ ଦଣ୍ତ ଦେଇ ସଚେତନତା ପ୍ରୟାସ

ବାଲିଗୁଡ଼ା : ଲକ ଡାଉନ ସମୟରେ ଘରୁ ବହାରକୁ ନ ବାହାରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକ ଅନୁରୋଧ କରିଥିବା ବେଳେ ଏହାକୁ କିଛି ଯୁବକ ମାନୁ ନ ଥିବା ଦେଖିବାକୁ ମିଳିଛି । ବିନା କାରଣରେ ରାସ୍ତାରେ ଚଲାବୁଲା କରୁଛନ୍ତି। ଏ ଭଳି କିଛି ଦୃଶ୍ୟ କନ୍ଧମଳା ଜିଲା ବାଲିଗୁଡ଼ାରେ ଦେଖିବାକୁ ମିଳିଛି। ଏହି ନିୟମ ଖିଲାପକାରୀଙ୍କ ପାଇଁ ବାଲିଗୁଡ଼ା ପୁଲିସ୍ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ‘ମୁଁ ଗୋଟିଏ ସ୍ୱାର୍ଥପର। ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲିପାରେ। ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ।’ ଏଭଳି ଲେଖା ଥିବା ପୋଷ୍ଟରକୁ ପୁଲିସ୍ ରାସ୍ତାରେ ବୁଲାବୁଲି କରୁଥିବା କିଛି ଯୁବକଙ୍କ ହାତରେ ଧରାଇ ଛିଡ଼ା କରାଇଥିଲା । ଏହାସହ ସେମାନଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା। ଏଭଳି କରିବା ଦ୍ୱାରା ଲୋକେ ଲଜ୍ଜିତ ହେବେ ଓ ଆଉ ଘରୁ ବାହାରିବେ ନାହିଁ । ଲୋକମାନଙ୍କୁ ସଚେତନ କରିବା ପାଇଁ ଏପରି କରାଯାଇଥିବା ବାଲିଗୁଡ଼ା ପୁଲିସ୍ ପକ୍ଷରୁ କୁହାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories