www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରେଟା ଥନବର୍ଗ କରୋନାରେ ଆକ୍ରାନ୍ତ

ଷ୍ଟକହୋମ: ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ କରି ଚର୍ଚ୍ଚାକୁ ଆସିଥିବା ସ୍ବିଡେନର କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ‘କରୋନା’ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ୟୁରୋପ ଗସ୍ତ କରିଥିବାବେଳେ ସେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କହିଛନ୍ତି।

ଗ୍ରେଟା ଲେଖିଛନ୍ତି, ପ୍ରାୟ ୧୦ ଦିନ ତଳେ ମୋ ଶରୀରରେ କରୋନା ସଂକ୍ରମଣ ଜନିତ ଲକ୍ଷଣ ଦେଖିବାକୁ ମିଳିଥିଲା। ମୁଁ କ୍ଳାନ୍ତ ଅନୁଭବ କରୁଥିଲି। ମୋତେ ଜ୍ଵର ହେବା ସହିତ ଦେହହାତ ଥରୁଥିଲା। ଗଳାରେ ଯନ୍ତ୍ରଣା ହେବା ସହିତ କାଶ ହେଉଥିଲା। ସେଣ୍ଟ୍ରାଲ ୟୁରୋପରୁ ଫେରିବା ପରେ ମୋ’ଠାରେ ଏସବୁ ଲକ୍ଷଣ ଦେଖାଯାଇଥିଲା। ଏହା ପରେ ସେ ଏବଂ ତାଙ୍କ ବାପା ନିଜକୁ ଆଇସୋଲେଟ୍‌ କରିଥିଲେ। କିନ୍ତୁ ସେ ନିଜର କୌଣସି ପରୀକ୍ଷା କରାଇନାହାନ୍ତି। ଆଇସୋଲେଶନ ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ସ୍ବିଡେନରେ ବର୍ତ୍ତମାନ ସୁଦ୍ଧା ୨୨୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories