www.samajalive.in
Monday, December 8, 2025
24.1 C
Bhubaneswar

“କୋଭିଡ-୧୯” ପ୍ରଭାବରେ ୬୨୦ ବିଲିଅନ ଡଲାର ଆୟ ହାତଛଡ଼ା

ନୂଆଦିଲ୍ଲୀ : “କୋଭିଡ-୧୯” ପ୍ରଭାବରେ ସମୁଦାୟ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥାୟୀଭାବେ ପ୍ରାୟ ୭୨୦ ବିଲିଅନ ଆମେରିକୀୟ ଡଲାର ଆୟ ହାତଛଡ଼ା ହେବା ଆଶଙ୍କା ଘନୀଭୂତ ହୋଇଥିବା ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂସ ପକ୍ଷରୁ ସୋମବାର ଦିନ କୁହାଯାଇଛି। ଏହି ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି କହିଛି ଯେ, ଏହି ଅଞ୍ଚଳ ପାଇଁ ଅଭିବୃଦ୍ଧି ସ୍ତର ୨୦୨୦ରେ ୩% ହେବାନେଇ ପୂର୍ବରୁ ଆକଳନ କରାଯାଇଥିବାବେଳେ ତାହା ଏବେ ୨.୭% ହେବା ଅନୁମାନ କରାଯାଉଛି। ପୂର୍ବରୁ ଏହା ଅନୁମାନ କରିଥିଲା ଯେ କରୋନା ସଂକ୍ରମଣଜନିତ ପରିସ୍ଥିତି କାରଣରୁ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୪୦୦ ବିଲିଅନ ଡଲାର ଆୟ ହାତଛଡା ହୋଇପାରେ। ଏବେ ତାହା ମାତ୍ର କିଛି ସପ୍ତାହ ମଧ୍ୟରେ ସେଥିରେ ଆଉ ୨୨୦ ବିଲିଅନ ଡଲାର ବୃଦ୍ଧି ଘଟାଇ ମୋଟ କ୍ଷତି ପରିମାଣ ୬୨୦ ବିଲିଅନ ଡଲାର ହେବ ବୋଲି କହିଛି। ଏହି କ୍ଷତି ସରକାରୀ, ବ୍ୟାଙ୍କ, କର୍ପୋରେଟ, ପରିବାର ଆଦି ବିଭିନ୍ନ ସ୍ତରରେ ହେବ ବୋଲି ଏସ ଆଣ୍ଡ ପି କହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories