www.samajalive.in
Monday, December 8, 2025
24.1 C
Bhubaneswar

ବିଶୃଙ୍ଖଳିତଙ୍କୁ ଗମ୍ଭୀରଙ୍କ ଚେତାବନୀ ‘ନିୟମ ମାନ ନଚେତ୍‌ ଜେଲ୍‌ ଯାଅ’

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଓ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ସରକାରଙ୍କ ତରଫରୁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ କେତେକ ବ୍ୟକ୍ତି ଏହାକୁ ମାନୁ ନ ଥିବା ଦେଖିବାକୁ ମିିଳିଛି।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଦେଶବାସୀ ଜନତା କର୍ଫ୍ୟୁ ପାଳନ କରିଥିଲେ। ତେବେ ରାତି ୯ଟା ପରେ କେତେକ ବ୍ୟକ୍ତି ଦଳଦଳ ହୋଇ ଦିଲ୍ଲୀ ରାଜରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର୍‌ ତଥା ସାଂସଦ ଗୌତମ ଗମ୍ଭୀର। ନିୟମ ଭଙ୍ଗକାରୀଙ୍କୁ ଚେତାବନୀ ଦେଇ ଗମ୍ଭୀର ଦର୍ଶାଇଛନ୍ତି ଯେଉଁମାନେ ସରକାରଙ୍କ ନିୟମ ମାନୁନାହାନ୍ତି ସେମାନଙ୍କୁ ତୁରନ୍ତ ଜେଲ୍‌ ପଠାଇ ଦିଆଯିବା ଉଚିତ୍‌। କରୋନା ଭାଇରସ୍‌ ସଂକ୍ରମଣକୁ ହାଲୁକା ଭାବେ ଗ୍ରହଣ କରିବା ସମସ୍ତଙ୍କ ପାଇଁ କାଳ ହେବ। ନିଜ ସହ ପରିବାର ଓ ସମାଜର ସୁରକ୍ଷା ପାଇଁ ନିୟମ ମାନିବା ଉଚିତ୍‌। ତେଣୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ଗମ୍ଭୀର ପରାମର୍ଶ ଦେଇଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories