www.samajalive.in
Saturday, December 13, 2025
14.1 C
Bhubaneswar

କରୋନା କଟକଣା ସମୟରେ ଦୁଗ୍ଧ ବ୍ୟବସାୟ ମାନ୍ଦା, ଆର୍ଥିକ ସଙ୍କଟରେ ଗୋଚାଷୀ

ପିପିଲି : କରୋନା କଟକଣା ଯୋଗୁଁ ଦୁଗ୍ଧ ବ୍ୟବସାୟ ମାନ୍ଦା ହୋଇ ଯାଇଛି। ଫଳରେ କ୍ଷୀର ବିକ୍ରି ନହୋଇ ନଷ୍ଟ ହେଉଛି। ଯେଉଁଥିପାଇଁ ପିପିଲି ଅଞ୍ଚଳର ଗୋଚାଷୀ ମାନେ ଏବେ ଆର୍ଥିକ ସଙ୍କଟରେ। ଏଭଳି ପରିସ୍ଥିତିରେ ଓମ୍‍ଫେଡ୍‍ ଅନୁବନ୍ଧିତ ଗୋଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଗୋଖାଦ୍ୟ ଯୋଗାଇ ଦିଆଯିବା ସହ ଦୁଗ୍ଧ ସଂଗ୍ରହ ବନ୍ଦ ନକରି ତାହାକୁ ଚାଲୁ ରଖିବାକୁ ଓଡିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ପୁରୀ ଜିଲା ସଭାପତି ଜନ୍ମେଜୟ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି।

ସୂଚନା ଅନୁଯାଇ, କରୋନା କଟକଣା ଯୋଗୁଁ ସହରବଜାର ଠାରୁ ଆରମ୍ଭ କରି ଗାଁଗହଳି ପର୍ଯ୍ୟନ୍ତ ଅଧିକାଂଶ ଚା’ ଦୋକାନ, ଜଳଖିଆ ଦୋକାନ, ମିଠା ଦୋକାନ ଆଦି ବନ୍ଦ ରହିଛି। ଫଳରେ ଏହାର ପ୍ରତିକୂଳ ପ୍ରଭାବ ସିଧାସଳଖ ଦୁଗ୍ଧ ବ୍ୟବସାୟ ଉପରେ ପଡିଛି। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଗୋଚାଷୀମାନେ ବିଭିନ୍ନ ସୋସାଇଟି ମାଧ୍ୟମରେ ଉତ୍ପାଦିତ ଦୁଗ୍ଧକୁ ଓମ୍‍ଫେଡ୍‍କୁ ବିକ୍ରୀ କରିଥାନ୍ତି। ଆଉ କେତେକ ଦୁଗ୍ଧ ବ୍ୟବସାୟୀ ଗୋଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ କରି ସେଥିରୁ ପନିର ଓ ଛେନା ପ୍ରସ୍ତୁତ କରି ତାହାକୁ ବିକ୍ରି କରିଥାନ୍ତି। ପିପିଲି ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟହ ୧୦ କ୍ୱିଣ୍ଟାଲରୁ ଉର୍ଦ୍ଧ ପନିର ଓ ଛେନା ରାଜଧାନୀ ଭୁବନେଶ୍ୱରକୁ କେବଳ ଯାଇଥାଏ। ତେବେ କରୋନା କଟକଣା ଯୋଗୁଁ ଏସବୁ ଠପ୍‍ ହୋଇଯାଇଛି। ଫଳରେ ଏହାର ପ୍ରତିକୂଳ ପ୍ରଭାବ ସିଧାସଳଖ ପୁରୀ ଜିଲାର ୩୦ ହଜାରରୁ ଉର୍ଦ୍ଧ ଗୋଚାଷୀଙ୍କ ଉପରେ ପଡିଛି। ଅଞ୍ଚଳରେ ଥିବା ବିଭିନ୍ନ କ୍ଷୀର ସୋସାଇଟି ଠାରୁ କ୍ଷୀର ନେବାକୁ ଓମ୍‍ଫେଡ୍‍ ଗାଡି ଆସୁନାହିଁ। ଯେଉଁଥି ପାଇଁ ଗୋଚାଷୀଙ୍କ ଠାରୁ ସୋସାଇଟି ଆଉ କ୍ଷୀର କିଣୁନାହିଁ।

- Advertisement -

ଜିଲାର ୨୦ ହଜାରରୁ ଉର୍ଦ୍ଧ ଗୋଚାଷୀଙ୍କ ଠାରୁ ଓମ୍‍ଫେଡ୍‍ ଦୈନିକ ୬୦ରୁ ୭୦ହଜାର ଲିଟର କ୍ଷୀର କ୍ରୟ କରିଥାଏ। ପିପିଲି ବ୍ଲକ ଅଞ୍ଚଳର ୫ଶହରୁ ଉର୍ଦ୍ଧ ଓମ୍‍ଫେଡ୍‍ ଅନୁବନ୍ଧିତ ଚାଷୀଙ୍କ ଠାରୁ ଦୈନିକ ୫ହଜାରରୁ ଉର୍ଦ୍ଧ ଲିଟର କ୍ଷୀର ଓମ୍‍ଫେଡ୍‍ କ୍ରୟ କରିଥାଏ। ତେବେ ଓମ୍‍ଫେଡ୍‍ ଦୁଗ୍ଧ କ୍ରୟ କରୁନଥିବା ଯୋଗୁଁ ଦୁଗ୍ଧ ବ୍ୟବସାୟୀ ଓ ଗୋଚାଷୀମାନେ ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ଦୁଗ୍ଧ ବିକ୍ରି ନହୋଇ ପାରିବା ଯୋଗୁଁ ଗରିବ ଗୋଚାଷୀ ଟିଏ ନିଜ ପରିବାର ପ୍ରତିପୋଷଣ କରିବାରେ କଷ୍ଟ ଅନୁଭବ କରିବା ସହ ଗାଇ ପାଇଁ ଦାନା ମଧ୍ୟ କିଣି ପାରୁନଥିବା ସଂପର୍କରେ ଓଡିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ପୁରୀ ଜିଲା ସଭାପତି ଜନ୍ମେଜୟ ଜେନା ସୋମବାର ଦାଣ୍ଡମୁକୁନ୍ଦପୁର ସ୍ଥିତ କ୍ଷୀର ସୋସାଇଟି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଓମ୍‍ଫେଡ୍‍ ଅନୁବନ୍ଧିତ ଗୋଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ଗୋଖାଦ୍ୟ ଯୋଗାଇ ଦିଆଯିବା ସହ ଓମ୍‍ଫେଡ୍‍ ପକ୍ଷରୁ ଦୁଗ୍ଧ ସଂଗ୍ରହ ବନ୍ଦ କରାନଯାଇ ତାହାକୁ ଚାଲୁ ରଖିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ସେହିପରି ବନ୍ଦ ହୋଇପଡିଥିବା ଦୁଗ୍ଧ ଗୁଣ୍ଡ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଶ୍ରୀଜେନା ସରକାରଙ୍କ ଠାରେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସାଧାରଣ ସଂପାଦକ ବିଜୟ କୁମାର ବେହେରା, ଶୁଭଶ୍ରୀ ରାଉତ,ଉମାକାନ୍ତ ବାରିକ, ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories