www.samajalive.in
Saturday, December 6, 2025
23.1 C
Bhubaneswar

ଜନତା କର୍ଫ୍ୟୁ : ୩୭୦୦ ଟ୍ରେନ୍ ବାତିଲ, ଉଡାଣ ବନ୍ଦ କଲେ ଗୋ ଏୟାର ଓ ଇଣ୍ଡିଗୋ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାଧାରଣ ଲୋକଙ୍କୁ ଜନତା କର୍ଫ୍ୟୁ ପାଳିବା ପାଇଁ ନିବେଦନ କରିଛନ୍ତି। ଏହାକୁ ସଫଳ କରିବା ପାଇଁ ଭାରତୀୟ ରେଲୱେ ତାର ୩୭୦୦ ଯାତ୍ରୀ ଏବଂ ଦୂର ଦୂରାନ୍ତର ମେଲ / ଏକ୍ସପ୍ରେସ ଟ୍ରେନ ବାତିଲ କରିବାକୁ ଘୋଷଣା କରିଛି। ଅନ୍ୟପକ୍ଷରେ ଘରୋଇ ଏୟାରଲାଇନ୍ସ ଗୋ ଏୟାର ଏବଂ ଇଣ୍ଡିଗୋ ମଧ୍ୟ ରବିବାର ଦିନ ସେମାନଙ୍କର ବିମାନ ବାତିଲ କରିଛନ୍ତି।
ରେଳବାଇର ନିର୍ଦ୍ଦେଶ ଅନୁଯାୟୀ, ଦେଶର କୌଣସି ରେଳ ଷ୍ଟେସନରୁ ଶନିବାର / ରବିବାର ମଧ୍ୟରାତ୍ରରୁ ରବିବାର ରାତି ୧୦ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀ କିମ୍ବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ନାହିଁ। ଶୁକ୍ରବାର ସନ୍ଧ୍ୟାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ରେଳବାଇ ବୋର୍ଡ କହିଛି ଯେ ମୁମ୍ବଇ, ଦିଲ୍ଲୀ, କୋଲକାତା, ଚେନ୍ନଇ ଏବଂ ସିକନ୍ଦରାବାଦର ଉପନଗର ରେଳ ସେବା କଟାଯିବ ଏବଂ ଆବଶ୍ୟକ ଯାତ୍ରା ପାଇଁ କେବଳ ଟ୍ରେନ୍ ଚଳାଚଳ କରିବ।
“ଗୋ ଏୟାର” ରବିବାର ତାର ବିମାନ ଉଡ଼ାଣ ବାତିଲ କରିଛି 
ରବିବାର ଦିନ ଜନତା କର୍ଫ୍ୟୁ ’ଗୋ ଏୟାର’ ସ୍ବେଚ୍ଛାକୃତ ଭାବେ ଏହାର ସମସ୍ତ ବିମାନ ବାତିଲ କରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ଜନତା କର୍ଫ୍ୟୁକୁ ସମର୍ଥନ କରି ଗୋ ଏୟାର ୨୨ ମାର୍ଚ୍ଚ ରବିବାର ଦିନ ସ୍ବେଚ୍ଛାକୃତ ଭାବେ ଏହାର ସମସ୍ତ ବିମାନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଏୟାରଲାଇନ୍ସ କହିଛି।
ଗୋ ଏୟାର ଏବଂ ଇଣ୍ଡିଗୋ ପରେ ଭିଷ୍ଟାରା ମଧ୍ୟ ରବିବାର ଘରୋଇ ବିମାନ ବନ୍ଦ କରିବାକୁ ଘୋଷଣା କରିଛି। ବିମାନ ସେବା ମୁଖପାତ୍ର କହିଛନ୍ତି ଯେ, ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ରେ ଭିଷ୍ଟାରା ବିମାନ ବନ୍ଦ କରିବ। ବିମାନ ବାତିଲ ହେତୁ ପ୍ରଭାବିତ ଯାତ୍ରୀଙ୍କୁ ଶୀଘ୍ର ଯୋଗାଯୋଗ କରାଯିବ।
‘ଇଣ୍ଡିଗୋ” ଘରୋଇ ବିମାନର ମାତ୍ର ୬୦ ପ୍ରତିଶତ କାର୍ଯ୍ୟ କରିବ
ଇଣ୍ଡିଗୋ ଶୁକ୍ରବାର ଦିନ କହିଛି ଯେ, ରବିବାର ଦିନ ’ଜନତା କର୍ଫ୍ୟୁ’ ଦୃଷ୍ଟିରୁ ତାର କେବଳ ୬୦ ପ୍ରତିଶତ ଘରୋଇ ବିମାନ ଚଳାଚଳ କରିବ ଏବଂ ସେହି ଦିନ କେବଳ ଆବଶ୍ୟକ ଯାତ୍ରା ପାଇଁ ଯେଉଁ ବିମାନ ଚଳାଚଳ କରିବା କଥା ତାହା କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କରୋନା ଭୂତାଣୁ ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିଜ ଘରୁ ବାହାରକୁ ନ ଆସିବାକୁ ଏବଂ ଜନସାଧାରଣଙ୍କୁ କର୍ଫ୍ୟୁ ପାଳିବାକୁ ନିବେଦନ କରିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories