www.samajalive.in
Friday, December 12, 2025
27.1 C
Bhubaneswar

ବିକାଶରୁ ବଞ୍ଚିତ ଆଦିବାସୀ ପଲ୍ଲୀ “ତୁର୍କା”

ଭବାନୀପାଟଣା : ଗମନା ଗମନ ମୁଖ୍ୟ ସମସ୍ୟା। ବିଜୁଳୀ ସାତ ସପନ। ଏଠି ବିଫଳ ହୋଇଛି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ। ଏପରିକି ପ୍ରହସନ ପାଲଟିଛି ଆବାସ ଯୋଜନା। ଅନ୍ତ ହଉନାହିଁ ଜଳ କଷ୍ଟ। ସାଧାରଣତଃ ଭାରତ ହେଉଛି ଏକ ଗ୍ରାମ ବହୁଳ ଦେଶ। ଗାଁକୁ ଭାରତର ଆତ୍ମା ବୋଲି କୁହାଯାଏ । ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ତ୍ବରାନ୍ବିତ ହୋଇଥାଏ । ତେଣୁ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଲାଞ୍ଜିଗଡ ବ୍ଲକର ଅନେକ ଗାଁ ଅବହେଳିତ ହୋଇ ପଡିଛି । ଏହି ଗାଁମାନଙ୍କ ଭିତରୁ ଗୋଟିଏ ହେଉଛି ଦୂର୍ଗମ ଲାଞ୍ଜି ପଞ୍ଚାୟତର ‘ତୁର୍କା’ ଗାଁ । ଏହି ଗାଁରେ ବାସ କରନ୍ତି ୩୫ଟି ଆଦିବାସୀ ପରିବାର । ବ୍ଲକ ମହକୁମା ବିଶ୍ବନାଥପୁରଠାରୁ ଏହି ଗାଁର ଦୂରତା ୩୫କିମି ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୮କି.ମି । ଏହି ଗାଁରେ ଅନେକଗୁଡିଏ ସମସ୍ୟା ଦେଖା ଦେଇଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ।
ରାସ୍ତା ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେ କୈାଣସି ରୋଗ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୮କି.ମି ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଅଣା ଯାଇଥାଏ । ଗାଁରେ ରାସ୍ତା ଅଭାବରୁ ଏଠିକାର ଲୋକେ ଇଟା, ବାଲି, ସିମେଣ୍ଟ ଆଣି ନପାରି ପ୍ରଧାନମନ୍ତ୍ରୀ ଆବାସ ସବୁ ନିର୍ମାଣ କରି ପାରୁନାହାନ୍ତି । ରାସ୍ତା ନଥିବାରୁ ପାଦରେ ଚାଲି ଚାଲି ୧୫କି.ମି ପିଡିଏସ୍ ସାମଗ୍ରୀ ପାଇଁ ପଞ୍ଚାୟତକୁ ଯିବାକୁ ପଡିଥାଏ । ସ୍କୁଲ ନଥିବାରୁ ଗାଁ ପିଲା ପାଠ ପଢିନପାରି ବେକାର ହୋଇ ଗାଇ ଚରାଉଛନ୍ତି। କିଛି ପିଲା ଜଙ୍ଗଲ ରାସ୍ତାରେ ଚାଲିଚାଲି ଯୁବା ଗାଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଅନ୍ୟତମ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ନଳକୂଅ ନଥିବାରୁ ନାଳ ପାଣି ଉପରେ ଭରସା କରୁଛନ୍ତି ଏଠାକାର ଅଧିବାସୀ। ଅନେକ ସରକାରୀ ଯୋଜନା ଥିଲେ ବି ସବୁ ଅପହଞ୍ଚ ହୋଇପଡିଛି ଏଠାକାର ଅଧିବାସୀଙ୍କ ପାଇଁ ? ରାସ୍ତା ନଥିବା କାରଣରୁ ସରକାରୀ କର୍ମଚାରୀମାନେ ଉକ୍ତ ଅଞ୍ଚଳର ଦୁଃଖସୁଖ ବୁଝିବା ପାଇଁ ଗାଁକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ । ଏହି ଗାଁରେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ୍ । ଗାଁରେ ଗୋଟିଏ ହେଲେ ପାଇଖାନା ନାହିଁ । ଗାଁର ଲୋକେ ବାହାରେ ମଳତ୍ୟାଗ କରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି । ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଅନେକ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ସେ ଗାଁ ପାଇଁ ବିଜୁଳି ଆଲୁଅ ସାତସପନ ? ଡିବିରି ଆଲୁଅ ହିଁ ସେମାନଙ୍କ ସାହାଭରସା । ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି ତୁର୍କା ଗ୍ରାମବାସୀ। ଚଳିତ ବର୍ଷ ମୁଖ୍ୟରାସ୍ତାଠାରୁ ଯୁବାଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି । ଆଉ ୮କିମି ରାସ୍ତା ହୋଇଥିଲେ ଏହି ଗାଁର ଭାଗ୍ୟ ବଦଳି ଯାଇଥାନ୍ତା । କିନ୍ତୁ ଏହି ରାସ୍ତା ହୋଇ ପାରିଲା ନାହିଁ । ଗାଁ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟଠାରୁ ଜିଲ୍ଲାପାଳ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। ହେଲେ କୈାଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେଣୁ ଏହି ଆଦିବାସୀ ପଲ୍ଲୀ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories