www.samajalive.in
Monday, December 8, 2025
13.1 C
Bhubaneswar

ଶନିବାର ରାଶିଫଳ ୨୧।୦୩। ୨୦୨୦

ମେଷ: ବିଭିନ୍ନ ସ୍ତରରୁ, ଏପରିକି ରାଜକୋଷରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମନ ଉଲ୍ଲସିତ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଜନାଦୂତ ହୋଇପାରନ୍ତି। ପ୍ରତ୍ୟେକ କାର୍ୟ୍ୟରେ ସଫଳତା ମିଳିବ।
ବୃଷ: ଘାତବାର ଥିବାରୁ ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଯଶସ୍ବୀ ଓ ଉଦ୍ୟମୀ ହେବେ। କୀର୍ତ୍ତି ସ୍ଥାପନ କରିପାରନ୍ତି।
ମିଥୁନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ ଏକ କଷ୍ଟସାଧ୍ୟ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାମାନ୍ୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଅଳ୍ପ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ସିଂହ: ଜ୍ଞାନ, ବୁଦ୍ଧି ଓ ବିବେକାନୁମୋଦିତ କାର୍ୟ୍ୟ କରିବେ। ମିତ୍ର ଲାଭର ସୁଯୋଗ ଅଛି। ସତ୍‌କାର୍ୟ୍ୟରେ ବ୍ୟୟ କରିବେ। ଭାଗ୍ୟଶାଳୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁ ଓ ପତ୍ନୀଙ୍କ ସହାୟତା ପାଇବେ।
କନ୍ୟା: କେଉଁ କାର୍ୟ୍ୟ କରିବେ, ସେଥିପାଇଁ ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି। ଚାଲୁ ରହିଥିବା କାର୍ୟ୍ୟ ଫଳଦାୟକ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦେବ ଦର୍ଶନ କରି ଶାନ୍ତି ପାଇବେ।
ତୁଳା: ପର ଚର୍ଚ୍ଚାରୁ ବିରତ ହେଲେ ମାନ-ସମ୍ମାନ ପ୍ରାପ୍ତି ହେବ। ଚେଷ୍ଟା ଫଳବତୀ ହେବ। ଗରିମାମୟ ହେବେ। ମିତ୍ରଙ୍କ ସାନ୍ନିଧ୍ୟ ପାଇବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ବିଛା: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମୂଲ୍ୟବାନ୍‍ ଦ୍ରବ୍ୟଲାଭ ହୋଇପାରେ। ଉପୁଜିଥିବା ସମସ୍ୟା ଦୂର ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। କୃଷି କର୍ମ ଉପରେ ଗୁରୁତ୍ୱ ଦେବେ। ସୁଖୀ ହେବେ।
ଧନୁ: ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ଧର୍ମ-ଭାବନା ଆପଣଙ୍କୁ ମହାନ୍‍ କରିପାରେ। ମନରେ ସରସତା ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ।
ମକର: ମନ ଇଚ୍ଛା କାର୍ୟ୍ୟ କଲେ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭଫଳ ମିଳିିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ।
କୁମ୍ଭ: ଆଶୀର୍ବାଦ ଭାଜନ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚେଷ୍ଟାରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ପଦୋନ୍ନତି ମିଳିପାରେ।
ମୀନ: ପ୍ରତାରଣାର ଶିକାର ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ପଥରୋଧର ସମ୍ମୁଖୀନ ହେବେ। ସ୍ୱାସ୍ଥ୍ୟ ହାନି ଘଟିପାରେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories