www.samajalive.in
Sunday, December 7, 2025
16.1 C
Bhubaneswar

ଶନିବାର ରାଶିଫଳ ( ୨୧-୩-୨୦୨୦ )

ମେଷ: ବିଭିନ୍ନ ସ୍ତରରୁ, ଏପରିକି ରାଜକୋଷରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମନ ଉଲ୍ଲସିତ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଜନାଦୂତ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
ବୃଷ: ଘାତବାର ଥିବାରୁ ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଯଶସ୍ବୀ ଓ ଉଦ୍ୟମୀ ହେବେ। କୀର୍ତ୍ତି ସ୍ଥାପନ କରିପାରନ୍ତି।
ମିଥୁନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ ଏକ କଷ୍ଟସାଧ୍ୟ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାମାନ୍ୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଅଳ୍ପ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ସିଂହ: ଜ୍ଞାନ, ବୁଦ୍ଧି ଓ ବିବେକାନୁମୋଦିତ କାର୍ଯ୍ୟ କରିବେ। ମିତ୍ର ଲାଭର ସୁଯୋଗ ଅଛି। ସତ୍‌କାର୍ଯ୍ୟରେ ବ୍ୟୟ କରିବେ। ଭାଗ୍ୟଶାଳୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁ ଓ ପତ୍ନୀଙ୍କ ସହାୟତା ପାଇବେ।
କନ୍ୟା: କେଉଁ କାର୍ଯ୍ୟ କରିବେ, ସେଥିପାଇଁ ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି। ଚାଲୁ ରହିଥିବା କାର୍ଯ୍ୟ ଫଳଦାୟକ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦେବ ଦର୍ଶନ କରି ଶାନ୍ତି ପାଇବେ।
ତୁଳା: ପର ଚର୍ଚ୍ଚାରୁ ବିରତ ହେଲେ ମାନ-ସମ୍ମାନ ପ୍ରାପ୍ତି ହେବ। ଚେଷ୍ଟା ଫଳବତୀ ହେବ। ଗରିମାମୟ ହେବେ। ମିତ୍ରଙ୍କ ସାନ୍ନିଧ୍ୟ ପାଇବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ବିଛା: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମୂଲ୍ୟବାନ୍‍ ଦ୍ରବ୍ୟଲାଭ ହୋଇପାରେ। ଉପୁଜିଥିବା ସମସ୍ୟା ଦୂର ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। କୃଷି କର୍ମ ଉପରେ ଗୁରୁତ୍ୱ ଦେବେ। ସୁଖୀ ହେବେ।
ଧନୁ: ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ଧର୍ମ-ଭାବନା ଆପଣଙ୍କୁ ମହାନ୍‍ କରିପାରେ। ମନରେ ସରସତା ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ।
ମକର: ମନ ଇଚ୍ଛା କାର୍ଯ୍ୟ କଲେ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭଫଳ ମିଳିିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ।
କୁମ୍ଭ: ଆଶୀର୍ବାଦ ଭାଜନ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚେଷ୍ଟାରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ପଦୋନ୍ନତି ମିଳିପାରେ।
ମୀନ: ପ୍ରତାରଣାର ଶିକାର ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ପଥରୋଧର ସମ୍ମୁଖୀନ ହେବେ। ସ୍ୱାସ୍ଥ୍ୟ ହାନି ଘଟିପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories