www.samajalive.in
Saturday, December 13, 2025
21.1 C
Bhubaneswar

କାଲି ଭୋର ସାଢ଼େ ୫ଟାରେ ୪ ଦୋଷୀଙ୍କୁ ଦିଆଯିବ ଫାଶୀ; ନିର୍ଭୟାଙ୍କୁ ମିଳିବ ନ୍ୟାୟ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ପୱନ, ମୁକେଶ, ଅକ୍ଷୟ ଏବଂ ବିନୟକୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଭୋର ସାଢ଼େ ୫ଟାରେ ତିହାର ଜେଲରେ ଫାଶୀ ଦିଆଯିବ। ଏହା ସହିତ ଦୀର୍ଘ ୭ବର୍ଷ ପରେ ନିର୍ଭୟା ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିବ। ଫାଶୀ ପାଇଁ ସମସ୍ତ ରାସ୍ତା ପରିଷ୍କାର ହୋଇସାରିଛି। ଫାଶୀ ରୋକିବା ଲାଗି ଦୋଷୀମାନଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଗୁରୁବାର ପଟିୟାଲା ହାଉସ୍‌ କୋର୍ଟ ଖାରଜ କରିଦେଇଛନ୍ତି। ଦୋଷୀମାନଙ୍କ ଓକିଲ ଏ.ପି. ସିଂହ ଅନେକ ମାମଲାର ଉଦାହରଣ ଦେଇ ମାର୍ଚ୍ଚକୁ ଦିଆଯିବାକୁ ଥିବା ଫାଶୀକୁ ଅଟକାଇବା ଲାଗି ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଏହା ପୂର୍ବରୁ ଗୁରୁବାର ଦୋଷୀଙ୍କ ୩ଟି ପିଟିଶନ ଖାରଜ ହୋଇଛି। ଦୋଷୀ ପୱନ ଫାଶୀରୁ ରକ୍ଷା ପାଇବା ଲାଗି ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କରିଥିଲା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ସେହିପରି ଦୋଷୀ ମୁକେଶ ସିଂ ଘଟଣା ଦିନ ଦିଲ୍ଲୀରେ ନ ଥିବା ଦର୍ଶାଇ ଏକ ପିଟିଶନ ଦାଖଲ କରିଥିଲା। ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରି ଏସବୁ କଥାର କୌଣସି ଅର୍ଥ ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷ ଅକ୍ଷୟ ଏବଂ ପୱନର ୨ୟ ରାଜକ୍ଷମା ଆବେଦନର ଶୁଣାଣି କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନା କରିଦେଇଛନ୍ତି। ଗୁରୁବାର ଦୋଷୀମାନଙ୍କ ପକ୍ଷରୁ ଫାଶୀକୁ ଟାଳିବାକୁ ହୋଇଥିବା ଏସବୁ ଉଦ୍ୟମ ବିଫଳ ହେବା ପରେ ସମସ୍ତ ଦୋଷୀଙ୍କୁ ଶୁକ୍ରବାର ନିର୍ଦ୍ଧାରିତ ସମୟରେ ଫାଶୀ ଦିଆଯିବା ନିଶ୍ଚିତ ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories