www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଭୟ: ସ୍ୱଦେଶ ଫେରି ନ ପାରି ହଟହଟା ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ। କରୋନାର ଭୟ ଲୋକଙ୍କ ମନକୁ ଏପରି ଗ୍ରାସ କରିଛି ଯେ, ବିଦେଶ ଫେରନ୍ତା କୌଣସି ନାଗରିକ କିମ୍ବା ବିଦେଶୀ ନାଗରିକଙ୍କୁ ଦେଖିଲେ ସେଠାରୁ ତୁରନ୍ତ ପଳାଉଛନ୍ତି। ଅପର ପକ୍ଷରେ ବିମାନ ଓ ଟ୍ରେନ୍‍ ଚଳାଚଳ ନେଇ ଲାଗୁ ହୋଇଥିବା କଟକଣା ପାଇଁ କିଏ ବିଦେଶରୁ ରାଜ୍ୟକୁ ଆସିପାରୁ ନାହିଁ ତ ଆଉ କିଏ ଏଠାରୁ ସ୍ୱଦେଶକୁ ଫେରିପାରୁ ନାହିଁ। ଗୁରୁବାର ଭୁବନେଶ୍ୱରରୁ ଠିକ୍‍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଚେକ୍‍ ଗଣରାଜ୍ୟରୁ ପର୍ଯ୍ୟଟକ ଭାବେ ଓଡ଼ିଶା ଆସିଥିବା ଜଣେ ବ୍ୟକ୍ତି କରୋନା ଆତଙ୍କ ପାଇଁ ନିଜ ଦେଶକୁ ଫେରିପାରୁ ନାହାନ୍ତି। ପିଟର୍‍ ନାମକ ଏହି ବିଦେଶୀ ନାଗରିକ ଆଜି ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରେ ବସିଥିବା ଦେଖିବାକୁ ମିଳିଥିଲା। ଏହାପରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଭେଟିଥିଲେ।

ତାଙ୍କ କହିବାନୁସାରେ, ସେ ଗତ ବର୍ଷ ଡିସେମ୍ବର ମାସରୁ ପର୍ଯ୍ୟଟକ ଭାବେ ଓଡ଼ିଶା ଆସିଥିଲେ। କରୋନା ଭୟ ବ୍ୟାପିବା ପରେ ତାଙ୍କର କରୋନା ସଂକ୍ରମଣ ପରୀକ୍ଷା ମଧ୍ୟ କରାଯାଇଥିଲା କିନ୍ତୁ ରିପୋର୍ଟ ନେଗେଟିଭ୍‍ ଆସିଛି। ଏହା ସହିତ ତାଙ୍କ ଇ-ଭିସାର ବୈଧତା ଚଳିତ ବର୍ଷ ଡିସେମ୍ବର ମାସ ଯାଏ ଥିବା ସତ୍ତ୍ବେ ସେ ସ୍ୱଦେଶ ଫେରି ପାରୁନାହାନ୍ତି। କରୋନା ପାଇଁ ବିମାନ ଓ ଟ୍ରେନ୍‌ରେ କରାଯାଇଥିବା କଟକଣା ପାଇଁ ସେ ଫେରି ପାରୁ ନାହାନ୍ତି।

- Advertisement -

ଏପରିକି କାରୋନା ଭୟରେ ସାଧାରଣ ଲୋକେ ତାଙ୍କୁ ଦେଖି ଭୟଭୀତ ମଧ୍ୟ ହୋଇ ଯାଉଛନ୍ତି। ତାଙ୍କୁ ଭୁବନେଶ୍ୱରର କୌଣସି ହୋଟେଲରେ ରହିବାକୁ ଆଉ ଅନୁମତି ମିଳୁ ନାହିଁ। ତାଙ୍କ ପାଖରେ ସମସ୍ତ ବୈଧ କାଗଜପତ୍ର ଓ କରୋନା ସଂକ୍ରମଣ ପରୀକ୍ଷାର ନେଗେଟିଭ୍‍ ରିପୋର୍ଟ ଥିଲେ ମଧ୍ୟ କେହି ତାଙ୍କୁ ସହାୟତାର ହାତ ବଢାଉ ନାହାନ୍ତି। ହେଲେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା ଯୋଗୁଁ ତାଙ୍କୁ ଏକ ହୋଟେଲରେ ରଖିବାର ବ୍ୟବସ୍ଥା କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories