www.samajalive.in
Wednesday, December 10, 2025
16.1 C
Bhubaneswar

ନିୟମିତ ଖାଆନ୍ତୁ ଅମୃତଭଣ୍ଡା; ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଅମୃତଭଣ୍ଡାକୁ ପାଚିବା ଅବସ୍ଥାରେ ଓ କଞ୍ଚାକୁ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖିଆଯାଏ। ଏହାକୁ ସୁବିଧାରେ ବଜାରରୁ ଆପଣ କିଣି ଆଣି ପାରିବେ। ଏହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି କରିଥାଏ। ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି ଉପକାର ହୋଇଥାଏ….
– ଅମୃତଭଣ୍ଡାକୁ ନିୟମିତ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀରକୁ ବିଭିନ୍ନ ରୋଗ ଓ ସଂକ୍ରମଣରୁ ରକ୍ଷା କରିଥାଏ।
– ଏଥିରେ ଥିବା ଫାଇବର ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ କୋଲେଷ୍ଟେରୋଲ ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ।
– ଓଜନ ହ୍ରାସ ହୋଇଥାଏ।
– ଏଥିରେ ଭିଟାମିନ ଏ ଓ ସି ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
– ଅମୃତଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
– ଏଥିରେ ଫାଇବର ଓ ପୋଟାସିୟମ ପ୍ରଚୁର ମାତ୍ରାରେ ଥିବାରୁ ଏହା ହୃଦୟ ସହ ଜଡ଼ିତ ବିଭିନ୍ନ ରୋଗରୁ ଦୂର କରିବା ପାଇଁ ସହାୟକ ହୋଇଥାଏ।
– ରକ୍ତଚାପ ରୋଗୀଙ୍କ ପାଇଁ ଅମୃତଭଣ୍ଡାର ସେବନ ଆଶୀର୍ବାଦ ଠାରୁ କମ ନୁହେଁ।
– ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ସେବନ କରିବା ଉତ୍ତମ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories