www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ପ୍ରଭାବ : ଫୁଟବଲଠାରୁ ଆରମ୍ଭ କରି କ୍ରିକେଟ୍ ପର୍ଯ୍ୟନ୍ତ ଅନେକ ବଡ଼ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ : କରୋନା ଭୂତାଣୁ(ଭାଇରସ୍)ର ପ୍ରଭାବରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇଯାଇଛି। ପ୍ରାୟ ଦୁଇମାସ ପୂର୍ବେ ଚାଇନାର ଉହାନ ସହରରେ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱରେ ୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ୧.୫ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଏହି ବିପଜ୍ଜନକ ଭାଇରସ୍ ଯୋଗୁଁ ଜୀବନ ତଥା ଅର୍ଥନୀତି ଏବଂ କ୍ରୀଡା ପ୍ରଭାବିତ ହୋଇଛି। ଏଥିପାଇଁ କ୍ରମାଗତ ଅନେକ ଟୁର୍ଣ୍ଣାମେଣ୍ଟ ବାତିଲ କରାଯାଇଛି ଏବଂ ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟକୁ ବିଶ୍ବବ୍ୟାପୀ ସ୍ଥଗିତ ରଖାଯାଇଛି।
ତେବେ ଆସନ୍ତୁ ଜାଣିବା କରୋନା ପ୍ରଭାବରେ କେଉଁ ସବୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରତିବନ୍ଧକ ଲାଗିଛି………….
– ବ୍ରାଜିଲ୍ ଫୁଟବଲ୍ ଫେଡେରେସନ୍ ଏହାର ସମସ୍ତ ଜାତୀୟ ପ୍ରତିଯୋଗିତା ଉପରେ ପ୍ରତିବନ୍ଧକ ଲଗାଇଛି।
– ପ୍ୟାରିସ୍ ଫୁଟବଲ୍ କ୍ଲବ୍ ପ୍ୟାରିସ୍ ସେଣ୍ଟ୍ ଜର୍ମାନ୍ ମଧ୍ୟ ତାହାର ସମସ୍ତ କ୍ରୀଡା ଇଭେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି।
– ଏହା ବ୍ୟତୀତ ଲଣ୍ଡନ ବକ୍ସିଂ ଯୋଗ୍ୟତା ମ୍ୟାଚକୁ ବିନା ଦର୍ଶକରେ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।
– କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଇଟାଲୀ ଏହାର ସମସ୍ତ କ୍ରୀଡା ଇଭେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।
– ଦର୍ଶକଙ୍କ ବିନା ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ଏ ଲିଗ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
– ମେକ୍ସିକୋ ଫୁଟବଲ୍ ଲିଗ୍ ରବିବାର ପ୍ରଥମ ଏବଂ ଦ୍ୱିତୀୟ ଲିଗ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛି।
– ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟ ସେମାନଙ୍କର ଆଗାମୀ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
– ହକି ଇଣ୍ଡିଆ ପକ୍ଷରୁ ଜୁନିଅର ଏବଂ ସବ-ଜୁନିଅର ସ୍ତରର ଜାତୀୟ ଚାମ୍ପିୟନସିପକୁ ସ୍ଥଗିତ ରଖାଯାଇଛି।
– କରୋନା ଭୂତାଣୁ(ଭାଇରସ୍) ଭୟରେ ଆଇସିସି ଜିମ୍ବାୱେ-ଆୟାର୍ଲାଣ୍ଡ ଗସ୍ତକୁ ସ୍ଥଗିତ ରଖିଛି।
– କରୋନା ଭାଇରସ୍ ହେତୁ ଡବ୍ଲୁଟିଏ ମେ ୨ ପର୍ୟ୍ୟନ୍ତ ଏହାର ଯାତ୍ରା ସ୍ଥଗିତ ରଖିଛି।
– କ୍ରିକେଟ୍ ଦକ୍ଷିଣ ଆଫ୍ରିକା ୬୦ ଦିନ ପାଇଁ ସମସ୍ତ କାର୍ୟ୍ୟକଳାପକୁ ସ୍ଥଗିତ ରଖିଛି।ଜ୍ଝ
– ଆଥଲେଟିକ୍ସ ଫେଡେରେସନ୍ (ଏଏଫଆଇ) ର ପ୍ରତିଯୋଗୀତା କମିଟି କହିଛି ଯେ, କୋଭିଡ୍ -୧୯ ହେତୁ ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ (ଆଇଜିପି) ସିରିଜର ପ୍ରଥମ ଦୁଇଟି ଇଭେଣ୍ଟ ଦର୍ଶକଙ୍କ ବିନା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସର ଦ୍ୱିତୀୟ ପ୍ରତିଯୋଗିତା ପୂର୍ବରୁ ସାଙ୍ଗରୁରରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ ନିଜେ ଏନଆଇଏସ୍ ପଟିଆଲାରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
– ଆଇଓସି ପକ୍ଷରୁ ଟୋକିଓ-୨୦୨୦ ବକ୍ସିଂ ୟୁରୋପୀୟ, ଆମେରିକୀୟ ଏବଂ ବିଶ୍ୱ ଯୋଗ୍ୟତା ଫାଇନାଲକୁ ସ୍ଥଗିତ ରଖାଯାଇଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories