www.samajalive.in
Sunday, December 14, 2025
26.1 C
Bhubaneswar

ଗଣମାଧ୍ୟମ ବିରୋଧରେ କଂଗ୍ରେସ ନେତ୍ରୀଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲା ଧର୍ମଶାଳା ପ୍ରେସ୍ କ୍ଲବ

ଯାଜପୁର : ଗଣମାଧ୍ୟମ ବିରୋଧରେ ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ହୀନ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛି ଧର୍ମଶାଳା ପ୍ରେସ କ୍ଲବ୍। ବିଛାଖଣ୍ଡି ପାହାଡରେ ଚାଲିଥିବା ବେଆଇନ ବ୍ଲାଷ୍ଟିଂକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସାମିଲ ହୋଇଥିଲେ ସ୍ମୃତିରେଖା। ତେବେ ଗତକାଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ (ୱେବ ମିଡିଆ)ରେ ବିଛାଖଣ୍ଡି ପାହାଡରେ ଚାଲିଥିବା ଅନିୟମିତାକୁ ନେଇ ମନ୍ତବ୍ୟ ଦେବା ସମୟରେ ଗଣମାଧ୍ୟମ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। ଏନେଇ ଆଜି ଧର୍ମଶାଳା ପ୍ରେସ କ୍ଲବର ସାମ୍ବାଦିକମାନେ ଏହାର ଦୃଢ ନିନ୍ଦା କରିଛି। ଏଥିସହ ବିଭିନ୍ନ ସମୟରେ ଧର୍ମଶାଳାର ସାମ୍ବାଦିକ ମାନେ ବିଛାଖଣ୍ଡି ପାହାଡରେ ଚାଲିଥିବା ବେଆଇନ କାର୍ଯ୍ୟ ଓ ସେଠାକାର ଲୋକଙ୍କ ସମସ୍ୟାକୁ ଗଣମାଧ୍ୟମରେ ଅନବରତ ପ୍ରକାଶ କରିଆସିଛନ୍ତି। ଏଭଳି କ୍ଷେତ୍ରରେ ଜଣେ ନାରୀନେତ୍ରୀ ହୋଇ ଗଣାମଧ୍ୟମ ବିରୋଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବୈଠକରେ ମତପ୍ରକାଶ ପାଇବା ସହ କଂଗ୍ରେସ ନେତ୍ରୀ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories