www.samajalive.in
Saturday, December 6, 2025
26.1 C
Bhubaneswar

ପୁରୀ ଓ ଜଗତସିଂହପୁରରେ ୧୪୪ ଧାରା ଜାରି  

ଭୁବନେଶ୍ବର : କରୋନା ସଂକ୍ରମଣ ରୋଗିବା ପାଇଁ ଜଗତସିଂହପୁର ଜିଲ୍ଲା ରେ ୧୪୪ ଧାରା ଲାଗୁ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ମଠ, ମନ୍ଦିର, ମସଜିଦ, ପର୍ଯ୍ୟଟନ ସ୍ଥଳୀ, ମଲ୍, ହୋଟେଲକୁ ବନ୍ଦ କରାଯାଇଛି। ସାରଳା ମନ୍ଦିର, ଗୋରେଖ ନାଥ ମନ୍ଦିର, ଶିଆଳି ବେଳାଭୂମି, ପାରାଦୀପ ବାଲିଯାତ୍ରା ପଡ଼ିଆ, ନେହେରୁ ବଙ୍ଗଳା ଓ ଧ୍ୟାନକୁଦରେ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଛି। ସରକାରୀ କାର୍ଯ୍ୟକୁ ଇ-ଅଫିସ୍ ଜରିଆରେ କରିବାକୁ ଜିଲ୍ଲପାଳ କହିଛନ୍ତି। ବାହାରୁ ଆସିଥିବା ୨୭ ଜଣଙ୍କୁ ନଜରରେ ରଖାଯାଇଛି। କରୋନା ନେଇ ଗୁଜବ ପ୍ରଚାରକାରୀଙ୍କୁ ଗିରଫ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ସେହିପରି କରୋନା ପାଇଁ ପୁରୀ ଓ ଚନ୍ଦ୍ରଭାଗା ସମୁଦ୍ର ବେଳା ଭୂମିରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ଭିଡ ନିୟନ୍ତ୍ରଣ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ ଜିଲାକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ପିପିଲି ଟୋଲଗେଟ୍, କଟକ ଓ ଜଗତସିଂହପୁର ରୁ ଆସୁଥିବା ସମସ୍ତ ଗାଡିକୁ ସ୍କ୍ରିନିଂ କରାଯାଉଛି। ପୁରୀ ଲୋକ ବାହାରକୁ ନଯିବା ଏବଂ ବାହାର ଲୋକ ପୁରୀକୁ ନଆସିବାକୁ ପରାମର୍ଶ ଦିଆଯାଇଛି। ପୁରୀ ଜିଲାପାଳ ବଳବନ୍ତ ସିଂହ ଏହି ପରାମର୍ଶ ଦେଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories