ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି। ସଂସଦରେ ବିଜେପି ସଂସଦୀୟ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ବାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ସପ୍ତାହ ଶେଷରେ ସେମାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଲୋକଙ୍କୁ ଶିକ୍ଷିତ କରିବାକୁ ଗଣମାଧ୍ୟମର ସାହାଯ୍ୟ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ କୋଭିଡ-୧୯ ସମ୍ପର୍କିତ କ’ଣ କରାଯିବ ଓ କ’ଣ କରାନ’ଯିବ ସେ ସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଅବସରରେ କରୋନା ଭୂତାଣୁର ମୁକାବିଲା କରିବା ପାଇଁ କେନ୍ଦ୍ର ସରକରା ରାଜ୍ୟ ସରକାର ଗୁଡ଼ିକର ସହାୟତାରେ କି କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଏକ ତଥ୍ୟ ଉପସ୍ଥାପନ କରିଥିଲେ।
କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ; ଗଣମାଧ୍ୟମର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Popular Categories



