www.samajalive.in
Friday, December 12, 2025
17.1 C
Bhubaneswar

କୋଭିଡ-୧୯ର ପ୍ରତିଷେଧକ ଟୀକାର ପ୍ରଥମ ମାନବୀୟ ପରୀକ୍ଷଣ କଲା ଆମେରିକା

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ସିଟଲରେ କୋଭିଡ୍‍-୧୯ର ମଣିଷ ଉପରେ ପ୍ରଥମ ପରୀକ୍ଷଣ ଓ ଏହା ଉପରେ ସମୀକ୍ଷା ଆରମ୍ଭ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କହିଛି, ଏହି ପରୀକ୍ଷା ୪୫ ଜଣ ସୁସ୍ଥ ପ୍ରାପ୍ତ ବୟସ୍କଙ୍କଠାରେ କରାଯିବ। ଏଥିପାଇଁ ୧୮ରୁ ୫୫ ବର୍ଷ ମଧ୍ୟରେ ଇଚ୍ଛୁକ ବ୍ୟକ୍ତିମାନେ ନିଜର ନାମ ଦେଇପାରିବେ। ସୋମବାର ପ୍ରଥମେ ଜଣଙ୍କ ଉପରେ ଏହି ପ୍ରତିଷେଧକ ଟୀକାର ପରୀକ୍ଷା
କରାଯାଇଛି। ଏହି ଆଧାରରେ କରୋନା ପ୍ରତିଷେଧକ ଦିଗରେ ସଫଳତା ହାସଲ କରିଛି ବୋଲି ଆମେରିକା ଦାବି କରିଛି ।
ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସର ଚିକିତ୍ସା ପାଇଁ ପ୍ରତିଷେଧକ ବାହାର କରିଦିଗରେ ସଫଳ ହୋଇଥିବା ଦାବି କରିଛନ୍ତି। ସେ କହିଛନ୍ତି ଏହି ପ୍ରତିଷେଧକ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ପ୍ରତିଷେଧକ ବାହାର କରିବା ଇତିହାସରେ ପ୍ରଥମ। ଏହାଛଡ଼ା କୋଭିଡ -୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ବିକଶିତ କରାଯାଉଛି। ବହୁ ଶୀଘ୍ର ଏହି ରୋଗର ଔଷଧ ମଳିଯିବ ବୋଲି ସେ ଆଶା ପୋଷଣ କରି‌ଛନ୍ତି।
ଛଅ ସପ୍ତାହ ପାଇଁ ପରୀକ୍ଷା କରାଯିବ ବୋଲି ଆମେରିକା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ଯଦି ସବୁକିଛି ଠିକ୍ ହୁଏ,ସାଧାରଣ ଲୋକଙ୍କ ପାଇଁ ଏହା ମିଳିବା ପାଇଁ ବର୍ଷେରୁ ଦେଢ଼ ବର୍ଷ ଲାଗିଯିବ ବୋଲି ଜନୈକ ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

 

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories