www.samajalive.in
Friday, December 12, 2025
17.1 C
Bhubaneswar

କମଲନାଥଙ୍କ ବହୁମତ ପ୍ରମାଣ : ଆଜି ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କମଲନାଥ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ କରିବା
ପାଇଁ ନିର୍ଦ୍ଦେଶ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିବେ। ଶ୍ରୀ ଚୌହାନ ଓ ୯ଜଣ ବିଜେପି ବିଧାୟକ ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୋମବାର ବିଧାନସଭାର ବାଚସ୍ପତି ଏମ୍‍.ପି. ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରି ସରକାରଙ୍କୁ
ଗୃହରେ ବହୁମତ ପରୀକ୍ଷା କରିବାକୁ ନ କହି ଗୃହକୁ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଶ୍ରୀ ଚୌହାନ ଓ ଅନ୍ୟ ୯ ଜଣ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହା ଉପରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଓ ହେମନ୍ତ ଗୁପ୍ତାଙ୍କ ପୀଠ ଆଜି ଶୁଣାଣି କରିବେ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନସଭାରେ ମଙ୍ଗଳବାର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସୋମବାର ସାନି ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବଜେଟ୍‍ ଅଧିବେଶନର ପ୍ରଥମ ଦିନରେ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ରାଜ୍ୟପାଳଙ୍କ ସ୍ୱଳ୍ପ ଅବଧିର ଅଭିଭାଷଣ ପରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିକୋଣରୁ ବାଚସ୍ପତି ଗୃହକୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। ୨୨ ଜଣ କଂଗ୍ରେସ ବିଧାୟକଙ୍କର ଇସ୍ତଫା ପରେ ୧୫ ମାସର କମଲନାଥ ସରକାରର କ୍ଷମତାଚ୍ୟୁତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories