www.samajalive.in
Thursday, December 11, 2025
26.1 C
Bhubaneswar

‘କରୋନା’ କୁ ଡ଼ରନା : ସୁବ୍ରତ ବାଗଚୀ

ଭୁବନେଶ୍ବର : ‘କରୋନା’ କୁ ଡରିବାର ଆବଶ୍ୟକତା ନାହିଁ। ସତର୍କତା ଏବଂ ସଚେତନତା ଅବଲମ୍ବଲ କଲେ କରୋନା ମହାମାରୀକୁ ଆମେ ଦୂରେଇ ପାରିବା ବୋଲି ରବିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ଗତକାଲି ରାଜ୍ୟ ସରକାର କରୋନା ସଚେତନତା ପାଇଁ ଗଠନ କରିଥିବା କରୋନା ସମ୍ପର୍କିତ ଆଇଇସି ଅର୍ଥାତ ସୂଚନା, ଶିକ୍ଷା ଓ ଯୋଗାଯୋଗ ଟିମର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ଦାୟିତ୍ବ ଦେଇଥିଲେ। ଆଜି ବାଗଚୀ କରୋନ ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି କରୋକୁ ଦୂରେଇବା ପାଇଁ ଜନସମ୍ପର୍କ ବଜାୟ ରଖିବାକୁ ପଡ଼ିବ । ଏହାସହ ଗୁଜବ ଏବଂ ଅପପ୍ରଚାର ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

କୋଭିଡ଼-୧୯ ଭୂତାଣୁର ପ୍ରତିକାର ପାଇଁ କୌଣସି ଔଷଧ ଏବଂ ଟୀକା ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ ସତର୍କତା ଅବଲମ୍ବନ କରିବାକୁ ପଡିବ । କୋଭିଡ଼-୧୯ ଭୂତାଣୁ ସ୍ପର୍ଶ, କାଶ, ଛିଙ୍କରୁ ବ୍ୟାପିଥାଏ । ଏହିପରି ସ୍ଥିତିରେ ଶାନ୍ତ ରୁହନ୍ତୁ ଓ ସଚେତନ ରୁହନ୍ତୁ । ଏହାସହ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ହାତକୁ ମୁହଁ ପାଖକୁ ଆଣନ୍ତୁ ନାହିଁ । ଯଦି ସନ୍ଦେହ ହେଉଛି ତେବେ ସଙ୍ଗରୋଧ ହୁଅନ୍ତୁ । କୋଭିଡ଼-୧୯ ଭୂତାଣୁ ପବନରେ ପ୍ରାୟ ୩ ଘଣ୍ଟା ସକ୍ରିୟ ରହେ । ସେହିପରି ତମ୍ବା ଓ ଧାତୁରେ ସାଢ଼େ ୩ ଘଣ୍ଟା ସକ୍ରିୟ ରୁହେ । ଏହି ଭୂତାଣୁକୁ ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୬ ମାସ ପାଇଁ ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ କରିଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟବାସୀଙ୍କୁ ମନ୍ଦିର ଏବଂ ଧାର୍ମିକ ସ୍ଥାନକୁ ଯିବାକୁ ବାରଣ କରିଛନ୍ତି ବାଗଚୀ। ସେ କହିଛନ୍ତି ମନରେ ପ୍ରାର୍ଥନା କରନ୍ତୁ କିନ୍ତୁ ଦେବ ସ୍ଥାନରେ ଭିଡ଼ ଜମାନ୍ତୁନି । ଜିଲ୍ଲାପ୍ରଶାସନ ଠାରୁ ପଞ୍ଚାୟତସ୍ତର ଯାଏଁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲାପ୍ରଶାସନ, ପୋଲିସ, ବ୍ଲକ ଅଫିସରଙ୍କୁ ଏନେଇ ଦାୟିତ୍ୱ ଅବଗତ କରାଯାଇଛି । ଶେଷକୁ ସେ କହିଛନ୍ତି ଯେ ଜାତି, ଧର୍ମ ଓ ରାଜନୀତିରୁ ଉପରକୁ ଆସି କରୋନା ମୁକାବିଲା କରିବା। ଏଥି ସହିିତ କେନ୍ଦ୍ର ସରକାର ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ସମନ୍ବୟ ରକ୍ଷା କରି ବିଭିନ୍ନ ପ୍ରତିଶେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।  ପ୍ରତ୍ୟେକ ଦିନ ସାଢ଼େ ୪ଟାରେ କରୋନା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବ ବୋଲି ବାଗଚୀ କହିଛନ୍ତି ।
ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ଭବନରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ , କ୍ୟାମେରା ମ୍ୟାନ ଏବଂ ବକ୍ତାମାନେ ମଧ୍ୟ ସଚେତନ ମୂଳକ ଭାବେ ଅଲଗା ଅଲଗା ବସିଥିଲେ। କେହି କାହାକୁ ସ୍ପର୍ଶ କରୁନଥିଲେ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories