www.samajalive.in
Monday, December 8, 2025
27.1 C
Bhubaneswar

ଗରିବଙ୍କ ପାଇଁ ହୋଇଥିବା ଯୋଜନାରୁ ବଞ୍ଚିତ ହେଉଛନ୍ତି ଗରିବ ହିତାଧିକାରୀ

ମୁରିବାହାଲ: ମୁରିବାହାଲ ବ୍ଲକ ସିରୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଙ୍ଗେରମୁଣ୍ଡା ଗ୍ରାମର ପୁଟେଲପଡାର ଅନ୍ତରାମ ପୁଟେଲ (୭୬) ସେ ଭତ୍ତା ପାଇଁ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଉପକାର ପାଇନାହାନ୍ତି। ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ସରକାରୀ ଅଧିକାରୀମାନଙ୍କ କୋହଳ ମନୋଭାବ ଯୋଗୁଁ ଏପରି ଗରିବ ଲୋକଙ୍କର ପାଖରେ ସରକାରୀ ଯୋଜନା ପହଞ୍ଚି ପାରୁ ନାହିଁ। ଯୋଗ୍ୟ ହିତାଧିକାରୀ ପାଇବାର ଯୋଗ୍ୟ ଥିଲେ ମଧ୍ୟ ପାଇପାରୁନାହାନ୍ତି। ସେହି ପରି ଉଦ୍ଧବ ପୁଟେଲଙ୍କ ଝିଅ ଚଞ୍ଚଳା ପୁଟେଲ (୪୫) ସେ ଗୋଟିଏ ଗ୍ରାମରେ ବିବାହ କରିଥିଲେ। ଶଶୁର ଘରେ ନିର୍ଯାତନା ଦେବା ଫଳରେ ବର୍ତ୍ତମାନ ନିଜ ବାପ ଘରେ ରହି କାମଧନ୍ଦା କରି ପର ଘରେ ମୂଳ ଲାଗି ନିଜ ପେଟ ପୋଷୁଛନ୍ତି। ଭତ୍ତା ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ସରପଞ୍ଚ ଓ ଜନ ପ୍ରତିନିଧି ତଥା ସରକାରୀ ବାବୁମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିନଥିବା ପ୍ରକାଶ କରିଥିଲେ।

ସୂଚନା ଅନୁଯାୟୀ, ପୁଟେଲପଡାରେ ୮ଟି ପରିବାର ରହୁଥିବେ ବେଳେ ଛୋଟ ବଡ ହୋଇ ୨୮ଜଣ ସଦସ୍ୟ ଚାଷ ବାସ କରି ବସବାସ କରୁଛନ୍ତି। ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ନୃପତି ବଗର୍ତିଙ୍କୁ ପଚାରିବାରୁ ମୁଁ ଦେଖୁଛି କେମିତି ପାଇପାରିବେ ତାର ବ୍ୟବସ୍ଥା କରାହେବ ବୋଲି ସେ ପ୍ରକାଶ କରିଥିଲେ। ପିଇଓ ଗଙ୍ଗାଧର ଛତର ଚଞ୍ଚଳା ପୁଟେଲଙ୍କ କାଗଜ ପତ୍ର ବ୍ଲକକୁ ପଠାଯାଇଛି , କିନ୍ତୁ ଅନ୍ତରାମ ପୁଟେଲ କିଛି ବି କାଗଜ ପତ୍ର ଦେଇନଥିବାରୁ ବାକି ରହିଯାଇଥିବ ବୋଲି ପ୍ରକାଶ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories