www.samajalive.in
Tuesday, December 9, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମିଳିଥିବା ଅର୍ଥରାଶି ମୋ ସ୍କୁଲ ଅଭିଯାନକୁ ପ୍ରଦାନ

ଧାମରା: ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ପଞ୍ଚାୟତ ଅଧିନସ୍ଥ ଯତୀନ୍ଦ୍ରନାଥ ବିଦ୍ୟାଳୟକୁ ମିଳିଥିବା ୧ଲକ୍ଷ ଟଙ୍କାର ପୁରଷ୍କାର ରାଶି ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦାନ କରାଯାଇଛି। ତଥ୍ୟାନୁଯାୟୀ ୨୦୧୯-୨୦ ବର୍ଷେରେ ଯତୀନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ହାଇସ୍କୁଲ ପରିକ୍ଷାରେ ପାଶ ହାର ଆଶାଜନକ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକରେ ଏହି ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରିଥିଲା। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧ଲକ୍ଷ ଟଙ୍କା ପୁରଷ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ପାହାଡି ଏହି ଅର୍ଥରାଶିକୁ ମୋ ସ୍କୁଲ ଅଭିଯାନର ପାଣ୍ଠିକୁ ପ୍ରଦାନ କରିବା ପାଇଁ ମୋ ସ୍କୁଲ ଅଭିଯାନ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ। ବିଦ୍ୟାଳୟର ମୋସ୍କୁଲ ଅଭିଯାନର କମିଟିର ସଭାପତି ଅମୀୟ କୁମାର ମହାପାତ୍ର ,ଶିକ୍ଷକ ସୂର୍ଯ୍ୟମଣୀ ବାରିକ,ବିଶ୍ୱରଞନ ଭୂୟାଁ, ସୁରେଶ ଚନ୍ଦ୍ର ମାଇତି, ରଞ୍ଜନ କୁମାର ମିଶ୍ର, ହେମନ୍ତ କୁମାର ମିଶ୍ର, ବସନ୍ତ କୁମାର ମଣ୍ଡଳ, ବିଦ୍ୟାଳୟର କର୍ମଚାରୀ ଅରବିନ୍ଦ ମାଇତି, ଲବ କୁମାର ସାମନ୍ତ, ରବିନ୍ଦ୍ର କୁମାର ପାହାଡି, ଦାଶରଥି ମଣ୍ଡଳ ପ୍ରମୁଖ ସହମତି ପ୍ରକାଶ କରିଥିଲେ। ପରେ ଏହି ଅର୍ଥରାଶି ମୋସ୍କୁଲ ଅଭିଯାନ ବ୍ୟାଙ୍କ ଖାତରେ ଜମା କରାଯାଇଥିଲା। ଏହା ଫଳରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋସ୍କୁଲ ଅଭିଯାନକୁ ୨ଗୁଣା ଅର୍ଥ ପ୍ରଦାନ କରାଗଲେ ତାହା ବିଦ୍ୟାଳୟର ଉନ୍ନୟନ ଦିଗରେ ବ୍ୟୟ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories