ପଥର ସହ ମାଡ଼ ହୋଇ ବୁଡ଼ିଲା ଡଙ୍ଗା : ସମସ୍ତ ୭୮ ସୁରକ୍ଷିତ

ମୁମ୍ବଇ : ମହାରାଷ୍ଟ୍ରର ରାୟଗଡ ଜିଲାର ମାଣ୍ଡୱା ଉପକୂଳରେ ଶନିବାର ସକାଳେ ପଥର ସହ ମାଡ଼ ହୋଇ ଏକ ଡଙ୍ଗା ବୁଡ଼ି ଯାଇଥିଲା। ତେବେ ମତ୍ସ୍ୟଜୀବୀ ଏବଂ ତଟରକ୍ଷୀ ବାହିନୀର ତତ୍ପରତା ପାଇଁ ଡଙ୍ଗାରେ ଥିବା ସମସ୍ତ ୭୮ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଜଣେ ଅଧିକାରୀଙ୍କ କହିବା ଅନୁସାରେ, ୭୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ମାଣ୍ଡୱା ଛାଡିବାର କିଛି ସମୟ ପରେ ଏକ ପଥର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପଥରଖଣ୍ଡକୁ ଧକ୍କା ଦେବା ପରେ ଡଙ୍ଗାରେ ପାଣି ପସି ଧିରେ ଧିରେ ଡ଼ଙ୍ଗାଟି ବୁଡ଼ିବାକୁ ଆରମ୍ଭ କରିଥିଲା। ଏନେଇ ତୁରନ୍ତ ସାମୁଦ୍ରିକ ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିକୁ ସୂଚନା ଦିଆଯାଇଥିଲା। ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ଡଙ୍ଗାକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.