www.samajalive.in
Saturday, December 6, 2025
23.1 C
Bhubaneswar

ସେୟାର ବଜାରରେ ଭୂକମ୍ପ : ଭାଙ୍ଗିଲା ସେନସେକ୍ସ-ନିଫ୍ଟି ହ୍ରାସର ସମସ୍ତ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାର ବର୍ତ୍ତମାନ ଖରାପ ସ୍ଥିତି ଦେଇ ଗତି କରୁଛି। ଗୁରୁବାର ସେୟାର ବଜାରର ଇତିହାସରେ ସବୁଠାରୁ ବଡ ଧରଣର ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। କାରବାର ମଧ୍ୟରେ ସେନସେକ୍ସ ରେକର୍ଡ ଭାଙ୍ଗି ୨୬୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି। ସେହିପରି ନିଫ୍ଟି ୭୫୦ରୁ ଅଧିକ ପଏଣ୍ଟରେ ହ୍ରାସ ପାଇ ୯,୭୦୦ ପହଞ୍ଚିଛି।

୨୦୦୮ ଜାନୁୟାରୀ ୨୨ରେ ସେନସେକ୍ସ ୨,୨୭୩ ପଏଣ୍ଟ ହ୍ରାସ ପାଇଥିଲା। କିନ୍ତୁ ଗୁରୁବାର ଏହାର ରେକର୍ଡ ଭାଙ୍ଗିଛି। ଏହାର ପ୍ରମୁଖ କାରଣ କରୋନା ଆତଙ୍କ ବୋଲି କୁହାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱବ୍ୟାପୀ ମହାମାରୀ ଘୋଷଣା କରିବା ଭାରତର ସରକାର ସମସ୍ତ ଦେଶର ପର୍ଯ୍ୟଟନ ଭିସାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି। ଅଶୋଧିତ ତୈଳ ଦରରେ ମଧ୍ୟ ହ୍ରାସ ଘଟିଛି।

- Advertisement -

ସୂଚନା ଅନୁଯାୟୀ, ଏହାପୂର୍ବରୁ ସୋମବାର ଦିନ ସେନସେକ୍ସ-ନିଫ୍ଟି ଗୋଟିଏ ଦିନରେ ହ୍ରାସ ପାଇଥିବା ଦେଖାଯାଇଥିଲା। ବିଏସଇ ସେନସେକ୍ସ ୧୯୪୧.୬୭ ପଏଣ୍ଟ ଅର୍ଥାତ୍ ୫.୧୭ ପ୍ରତିଶତ ହ୍ରାସ ପାଇ ୩୫,୬୩୪.୯୫ରେ ବନ୍ଦ ହୋଇଥିଲା। ସେହିପରି ଏନଏସଇ ନିଫ୍ଟି ୫୩୮ପଏଣ୍ଟ ଅର୍ଥାତ୍ ୪.୯୦ ପ୍ରତିଶତ ହ୍ରାସ ହୋଇ ୧୦,୪୫୧.୪୫ ରେ ବନ୍ଦ ହୋଇଥିଲା। ସୋମବାର ନିବେଶକମାନେ ୬.୮୪ ଲକ୍ଷ କୋଟି ଟଙ୍କା ହରାଇଥିଲେ।

୨୮ ଫେବୃଆରୀ ୨୦୨୦ରେ ସେୟାର ବଜାର ୧,୪୪୮.୩୭ ପଏଣ୍ଟ ହରାଇଥିଲା। ଏହାପୂର୍ବରୁ ୨୪ ଅଗଷ୍ଟ ୨୦୧୫ରେ ସେୟାର ବଜାର ୧,୬୨୪.୫୧ ପଏଣ୍ଟକୁ ଖସିଥିଲା ​​ଏବଂ ୨୧ ଜାନୁୟାରୀ ୨୦୦୮ରେ ଏହା ୧,୪୦୮.୩୫ହ୍ରାସ ପାଇଥିଲା।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories