www.samajalive.in
Saturday, December 6, 2025
23.1 C
Bhubaneswar

ରକ୍ତରେ ରଙ୍ଗ ଖେଳିଲେ: ହୋଲି ସମୟରେ ୨୦ ଜଣଙ୍କୁ ହତ୍ୟା, ସ୍ତ୍ରୀକୁ ରଙ୍ଗ ବୋଳିବାରୁ ବଡ଼ ଭାଇକୁ ମାରିଦେଲା ସାନ

ପାଟନା: ବିହାରରେ ହୋଲି ସମୟରେ ଲୋକେ ରକ୍ତରେ ରଙ୍ଗ ଖେଳିଛନ୍ତି। ଅର୍ଥାତ୍‌ ହୋଲିରେ ବିଭିନ୍ନ ସ୍ଥାନରେ ବଚସା ଏବଂ ଅନ୍ୟାନ୍ୟ କାରଣକୁ ନେଇ ୨୦ ଜଣଙ୍କୁ ହତ୍ୟା କରାଯାଇଛି। ନିହତଙ୍କ ମଧ୍ୟରେ ଜେଡିୟୁର ଜଣେ ଛାତ୍ର ନେତା ଓ ୨ ଜଣ ବ୍ୟବସାୟୀ ସାମିଲ ଅଛନ୍ତି। ସର୍ବାଧିକ ହତ୍ୟାକାଣ୍ଡ ରାଜଧାନୀ ପାଟନା ଏବଂ ନାଳନ୍ଦାରେ ଘଟିଛି।

ପାଟନାରେ ହୋଲି ରାତିରେ ଜେଡିୟୁର ଛାତ୍ର ନେତା କହ୍ନେୟା କୌଶିକଙ୍କୁ ହତ୍ୟା କରାଯାଇଛି। ପଟେଲନଗର ଅଞ୍ଚଳରେ କୌଶିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଏହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେହିପରି ପାଟନା ଜିଲା ଅନ୍ତର୍ଗତ ଗୋପାଳପୁର, ବଖତିଆରପୁର ଏବଂ ବାଢ଼ ଥାନା ଅଞ୍ଚଳରେ ୩ ଜଣଙ୍କୁ ହତ୍ୟା କରାଯାଇଛି।

- Advertisement -

ଅନ୍ୟପଟେ ନବାଦାର ୱାରିସଲିଙ୍ଗଜ ଅଞ୍ଚଳରେ ଜଣେ ଯୁବକ ତା’ର ବଡ଼ ଭାଇକୁ ହତ୍ୟା କରିଛି। ବଢ଼ ଭାଇ ସାନ ଭାଇର ସ୍ତ୍ରୀକୁ ରଙ୍ଗ ବୋଳିଦେଇଥିଲା। ଏହାକୁ ନେଇ ସାନ ଭାଇ ତା’ର ବଡ଼ ଭାଇକୁ ମାରି ଦେଇଥିଲା। ଭାଗଲପୁରରେ ଡିଜେ ବଜାଇବାକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହେବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାବେଳେ ସିୱାନ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଅପରାଧୀମାନେ ଗୁଳି କରି ହତ୍ୟା କରିଛନ୍ତି। ସେହିପରି ବେଗୁସରାୟରେ ଅପରାଧୀମାନେ ଆଳୁ କିଣାବିକାକୁ କେନ୍ଦ୍ର କରି ୩ ଜଣଙ୍କୁ ଗୁଳି କରିଦେଇଛନ୍ତି। ଏଥିରେ ଜଣେ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବେଗୁସରାୟର ଲୋହିୟା ନଗରରେ ଜଣେ ଶ୍ରମିକଙ୍କ ସାଇକେଲ ଜଣେ ଯୁବକଙ୍କ ବାଇକରେ ପିଟି ହୋଇଯିବାରୁ ଉକ୍ତ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହିପରି ବିଭିନ୍ନ ସ୍ଥାନରେ ୨୦ ଜଣଙ୍କୁ ହୋଲି ଦିନ ହତ୍ୟା କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories