www.samajalive.in
Friday, December 12, 2025
16.1 C
Bhubaneswar

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର : ଓଡ଼ିଶାକୁ ହକି ଇଣ୍ଡିଆ ପ୍ରେସିଡେଣ୍ଟର୍ସ ଟ୍ରଫି, ଦୀପ୍‌ଗ୍ରେସ ସମ୍ମାନୀତ

କଟକ : ହକି ଇଣ୍ଡିଆ ପକ୍ଷରୁ ତୃତୀୟ ବାର୍ଷିକ ପୁରସ୍କାର ପ୍ରଦାନ ସମରୋହ-୨୦୧୯ ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୧୯ ବର୍ଷ ଲାଗି କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ହକି ଇଣ୍ଡିଆ ପ୍ରେସିଡେଣ୍ଟର୍ସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା କ୍ରୀଡ଼ା ବିଭାଗ ହକିର ବିକାଶ ନେଇ ଏକାଧିକ କାର୍ୟ୍ୟକ୍ରମ ସହ ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍‌ସ, ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ପୁରୁଷ ଓ ମହିଳା ଭଳି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହିତ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି। ଦେଶର ଶ୍ରେଷ୍ଠ କ୍ରୀଡ଼ା ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ହକି ଇଣ୍ଡିଆ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଏହି ପୁରସ୍କାର ପ୍ରଦାନ କରିଛି। ସେହିପରି ୨୦୧୯ରେ ବ୍ୟକ୍ତିଗତ ସ୍ତରରେ ପ୍ରଦର୍ଶନ ଓ ୨୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଓଡ଼ିଆ ମହିଳା ଡିଫେଣ୍ଡର ଦୀପ୍‌ଗ୍ରେସ ଏକ୍କାଙ୍କୁ ଟ୍ରପି ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମନପ୍ରୀତ୍‌ ସିଂହଙ୍କୁ ହକି ଇଣ୍ଡିଆ ଧୁବ ବାତ୍ରା ପୁରୁଷ ପ୍ଳେୟାର ଅଫ ଦି ଇୟର,ରାଣୀ ରାମପାଲଙ୍କୁ ଧୁବ ବାତ୍ରା ପ୍ଳେୟାର ଅଫ ଦି ଇୟର ମହିଳା ପୁରସ୍କାର,ହରବିନ୍ଦର ସିଂହଙ୍କୁ ମେଜର ଧ୍ୟାନଚାନ୍ଦ ଜୀବନବ୍ୟାପୀ ସାଧନା ପୁରସ୍କାର, ବିବେକ ସାଗର ପ୍ରସାଦଙ୍କୁ ହକି ଇଣ୍ଡିଆ ଯୁଗରାଜ ସିଂହ ଉଦୀୟମାନ ଯୁବ ପ୍ରତିଭା ପୁରସ୍କାର,ଲାଲରିମିସିଆମିଙ୍କୁ ହକି ଇଣ୍ଡିଆ ଅସୁନ୍ତା ଲାକ୍ରା ଉଦୀୟମାନ ମହିଳା ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ମନଦୀପ୍‌ ସିଂହଙ୍କୁ ହକି ଇଣ୍ଡିଆ ଧନରାଜ ପିଲେ ପୁରସ୍କାର, ନେହୋ ଗୋଏଲଙ୍କୁ ହକି ଇଣ୍ଡିଆ ଅଜିତ୍‌ପାଲ ସିଂହ ଶ୍ରେଷ୍ଠ ମହିଳା ମିଡ୍‌ଫିଲଡର ପୁରସ୍କାର, ହରମାନପ୍ରୀତ୍‌ ସିଂହଙ୍କୁ ହକି ଇଣ୍ଡିଆ ପର୍ଗତ ସିଂହ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର, କ୍ରିଷ୍ଣା ବାହାଦୂର ପାଠକଙ୍କୁ ହକି ଇଣ୍ଡିଆ ବଲଜିତ୍‌ ସିଂହ ଶ୍ରେଷ୍ଠ ଗୋଲକିପର ପୁରସ୍କାର,ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ହକି ଇଣ୍ଡିଆ ଜମନଲାଲ ଶର୍ମା ବ୍ୟକ୍ତିଗତ ପ୍ରୋତ୍ସାହନକାରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଉପସ୍ଥିତ ଥିଲେ।‌

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories