ମେଷ : ଯାତ୍ରା ଶୁଭପ୍ରଦ ହେବ। ପଢ଼ାଲେଖା ପ୍ରତି ଆକର୍ଷିତ ହୋଇପାରନ୍ତି। ବିଭିନ୍ନ ଶାସ୍ତ୍ର ଓ ଉପାଦେୟ ପୁସ୍ତକ ପଠନରେ ସମୟ ଅତିବାହିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ସୁଖ ମିଳିବ।
ବୃଷ : ବ୍ୟବସାୟ ଲାଭଜନକ ହେବ। ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟିବ। ଶିଳ୍ପ ପାରଦର୍ଶୀ ହେବେ। ଚଞ୍ଚଳମନା ହେବେ।
ମିଥୁନ : ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ମିଳିବ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍କର୍ମରେ ନିୟୋଜିତ ହେବେ। ଧାର୍ମିକ ହେବେ।
କର୍କଟ : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଆକସ୍ମିକ ସମସ୍ୟା ଯୋଗୁଁ ମନ ବିଷାଦିତ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ତ୍ୟାଗୀ ଓ ନୀତିନିଷ୍ଠ ହେବେ। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ଅତିସୁଖୀ ହୋଇପାରନ୍ତି।
ସିଂହ : ଜନହୀତକର କାର୍ଯ୍ୟ କରି ଆଶୀର୍ବାଦ ପ୍ରାପ୍ତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ। ଆୟ-ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ସୁଖୀ ହେବେ।
କନ୍ୟା: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ। ବନ୍ଧୁବର୍ଗ କରଛଡ଼ା ଦେଇପାରନ୍ତି। ସରଳ ସ୍ନେହବୋଳା କଥାରେ ପରକୁ ଆପଣାର କରିପାରନ୍ତି।
ତୁଳା : ବହୁ ଶୁଭଯୋଗ ଅଛି। ଆୟବୃଦ୍ଧିର ସୂଚନା ମିଳୁଛି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ। ସରକାରଙ୍କ କୃପାପାତ୍ର ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଳ-ଚଞ୍ଚଳ ରହିବେ।
ବିଛା : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଶୁଭ ଖବର ପାଇ ଖୁସି ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।
ଧନୁ : କାର୍ଯ୍ୟରେ ସଫଳତା ଲାଭ କରିବେ। ପରୋପକାରୀ ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ହଜାଇ ଦେଇ ପାରନ୍ତି। ସାତ୍ତ୍ବିକ ସନ୍ତୋଷ ମିଳିବ।
ମକର : ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି। ଆଧିପତ୍ୟ ବିସ୍ତାର କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୃପଣ ସ୍ବଭାବର ହେବେ। ଅର୍ଥନୀତିରେ ମାନ୍ଦାଭାବ ସୃଷ୍ଟି ହୋଇପାରେ। ଅଯଥା ପାରିବାରିକ ବିବାଦ ବଢ଼ିବ।
କୁମ୍ଭ : ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ମୀନ : ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ଆଗ୍ରହୀ ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।



