www.samajalive.in
Saturday, December 6, 2025
19.1 C
Bhubaneswar

ବାୟୁସେନା ଯୁଦ୍ଧ ବିମାନର ପ୍ରଥମ ତିନି ମହିଳା ପାଇଲଟଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ପ୍ରଥମ ତିନିଜଣ ମହିଳା ପାଇଲଟଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ସେମାନେ ହେଉଛନ୍ତି ମୋହନ ସିଂ ଜିତରୱାଲ, ଭାବନା କାନ୍ତ ଏବଂ ଅବନୀ ଚତ୍ତୁର୍ବେଦୀ। ଏହି ତିନି ନାରୀ ଶକ୍ତି ସର୍ବଦା କିଛି ନିଆରା କରିବାକୁ ଚାହୁଁଥିଲେ। ଏହି ଅବସରରେ ସେମାନେ କହିଛନ୍ତି ଯେ, ଆମେ ଦେଶର ସେବା କରିବାକୁ ସର୍ବଦା ଚେଷ୍ଟାରତ। ଆମେ ବହୁତ କିଛି ହାସଲ କରିଛୁ।

ଏହି ତିନି ପାଇଲଟ୍ ୨୦୧୮ରେ ମିଗ୍-୨୧ରେ ଏକାକୀ ଉଡାଣ ଭରିଥିଲେ। ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ସେମାନଙ୍କୁ ହାକିମ୍ପେଟ୍ ବାୟୁସେନା ଘାଟିରେ କଠୋର ତାଲିମ ଦିଆଯାଇଥିଲା।

- Advertisement -

ପୁରୁଷ ପ୍ରାଧାନ୍ୟ ଦୁନିଆକୁ ଏମାନେ ଦେଖାଇ ଦେଇଛନ୍ତି ଯେ, ଏଭଳି କିଛି କାମ ନାହିଁ ଯାହା ମହିଳା କରି ପାରିବେ ନାହିଁ। ଏମାନେ ଯୁଦ୍ଧ ବିମାନ ଉଡାଇବା ପରେ ଆହୁରି ଅଧିକ ମହିଳା ଯୁଦ୍ଧ କ୍ଷେତ୍ରରେ ଆସିବାର ସମ୍ଭାବନା ବଢିଯାଇଛି। ଏମାନେ ସାହସିକତା ଏବଂ ପ୍ରେରଣା ବ୍ୟତୀତ ମହିଳା ସଶକ୍ତିକରଣର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା ଏହି ତିନି ମହିଳାଙ୍କ ବିଷୟରେ…….

ମୋହନ ସିଂ ଜିତରୱାଲ : ରାଜସ୍ଥାନର ଝୁନ୍‌ଝୁନୁ ଜିଲ୍ଲାର ଏକ ଛୋଟ ଗାଁ ଖତେହପୁରର ବାସିନ୍ଦା ମୋହନ ସିଂ ଜିତରୱାଲ। ତାଙ୍କ ଜେଜେବାପା ହେଉଛନ୍ତି ଲଡୁ ରାମ ଜଟ। ୧୯୪୮ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧରେ ସେ ସହିଦ ହୋଇଥିଲେ ଏବଂ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ବିମାନ ଚଳାଚଳ କେନ୍ଦ୍ରରେ ଭାରତୀୟ ବାୟୁସେନାରେ ବିମାନ ବନ୍ଧୁକଧାରୀ ଭାବରେ ନିୟୋଜିତ ହୋଇଥିଲେ। ସେହିପରି ମୋହନଙ୍କ ପିତା ମଧ୍ୟ ବାୟୁସେନାରେ ୱାରେଣ୍ଟ ଅଧିକାରୀ ଭାବରେ କାର୍ଯ୍ୟରତ। ମୋହନ ଅମୃତସରର ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ଏମର୍ଜିଂ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗରେ ସ୍ନାତକ ହାସଲ କରିଛନ୍ତି।

ଭାବନା କାନ୍ତ : ବିହାରର ଦରଭଙ୍ଗା ଜିଲ୍ଲାରେ ଭାବନା କାନ୍ତଙ୍କ ଘର। ତାଙ୍କ ପିତା ଭାରତୀୟ ତୈଳ ନିଗମର ଜଣେ ଅଧିକାରୀ। ଭାବନା ସବୁବେଳେ ବିମାନ ଉଡ଼ାଇବାକୁ ଚାହୁଁଥିଲେ କିନ୍ତୁ ସେ ପ୍ରଥମ ଇଞ୍ଜିନିୟର ହୋଇଥିଲେ। ରାଜସ୍ଥାନର କୋଟାଠାରେ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରସ୍ତୁତ ହେବା ପରେ ସେ ବେଙ୍ଗାଲୁରର ବିଏମ୍ଏସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂରୁ ମେଡିକାଲ୍ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିଥିଲେ। କ୍ୟାମ୍ପସ ପ୍ଲେସମେଣ୍ଟ ମାଧ୍ୟମରେ ସେ ଟାଟା କନସଲଟାନ୍ସି ସର୍ଭିସରେ ଚାକିରି ପାଇଲେ। କିନ୍ତୁ ତାଙ୍କ ଭାଗ୍ୟରେ କିଛି ଅଲଗା ଥିଲା। ପରେ ସେ ସର୍ଟ ସର୍ଭିସ କମିଶନ ପରୀକ୍ଷାରେ ପାସ୍ ହୋଇ ବାୟୁସେନାରେ ଯୋଗ ଦେଇଥିଲେ। ସେ ସର୍ବଦା ପାଇଲଟ୍ ହେବାକୁ ଚାହୁଁଥିଲେ ସତ, କିନ୍ତୁ ଯୁଦ୍ଧ ବିମାନ ପାଇଲଟ୍ ବିଷୟରେ କେବେ ଭାବି ନଥିଲେ।

ଅବନୀ ଚର୍ତ୍ତୁବେଦୀ : ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବୁଲବୁଲ ବା ଅବନୀ ଚର୍ତ୍ତୁବେଦୀ ସର୍ବଦା ଉଚ୍ଚରେ ଉଡ଼ିବାକୁ ଚାହୁଁଥିଲେ। ସେ ସର୍ବଦା ମହାକାଶଚାରୀ କଳ୍ପନା ଚାୱଲାଙ୍କ ପରି ହେବାକୁ ଚାହୁଁଥିଲେ। ତାଙ୍କ ପିତା ଦିନକର ଚର୍ତ୍ତୁବେଦୀ ଜଣେ ଇଞ୍ଜିନିୟର ଏବଂ ମାତା ସବିତା ଜଣେ ଗୃହିଣୀ।ସ୍ବପ୍ନ ପୂରଣ କରିବା ପାଇଁ ଭାରତୀୟ ସେନାରେ ଥିବା ତାଙ୍କ ଭାଇ ସର୍ବଦା ତାଙ୍କୁ ପ୍ରେରଣା ଦେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories