www.samajalive.in
Saturday, December 13, 2025
14.1 C
Bhubaneswar

ମନୋଜ ଦାସ ପାଇବେ ସତ୍ୟବାଦୀ ସାରସ୍ୱତ ସମ୍ମାନ

ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୦ ପାଇବେ ବେଣୁଧର ପାଢ଼ୀ, ଗାୟତ୍ରୀବାଳା ପଣ୍ଡା, ଦେବବ୍ରତ ମଦନରାୟ, ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ଚୌଧୁରୀ ଓ ରବୀନ୍ଦ୍ର କୁମାର ମାଝୀ

କଟକ : ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ୨୦୨୦ ବର୍ଷ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ବର୍ଷିୟାନ ସାହିତ୍ୟିକ ମନୋଜ ଦାସଙ୍କୁ ପ୍ରଦାନ କରାଯିବ।
ସେହିପରି ୨୦୨୦ ବର୍ଷ ପାଇଁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ୨୦୧୯-୨୦ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ରେ ପ୍ରକାଶିତ ଲେଖାକୁ ବିଚାରକୁ ନିଆଯାଇ ପ୍ରବନ୍ଧରେ ଶ୍ରୀ ବେଣୁଧର ପାଢ଼ୀ, କବିତାରେ ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡା, ଗଳ୍ପରେ ଶ୍ରୀ ଦେବବ୍ରତ ମଦନରାୟ, ରମ୍ୟରଚନାରେ ଶ୍ରୀ ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଏବଂ ଶିଶୁ ସାହିତ୍ୟରେ ଶ୍ରୀ ଦେବେନ୍ଦ୍ର ଚୌଧୁରୀ ଓ ଶ୍ରୀ ରବୀନ୍ଦ୍ର କୁମାର ମାଝୀଙ୍କୁ ପ୍ରଦାନ କରାଯିବ।
ଏଥିପାଇଁ ଗଠିତ ବିଚାରକମଣ୍ଡଳୀର ବୈଠକ ଆଜି ଗୋପବନ୍ଧୁ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପାଇଁ ମନୋଜ ଦାସଙ୍କ ନାମ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲା। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ସମ୍ପାଦକଙ୍କ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ପ୍ରଫେସର ଦାଶରଥି ଦାସ, ଡ. ରଜତ କୁମାର କର, ବିପିନବିହାରୀ ମିଶ୍ର, ଡ. ଅର୍ଚ୍ଚନା ନାୟକ, ଡ. ଜୟନ୍ତୀ ରଥ, ଡ. ଅରବିନ୍ଦ ଗିରି, ମୀନକେତନ ପାଠୀ, ଶ୍ରୀଶ ପଟେଲ, ନରେନ୍ଦ୍ର ନାରାୟଣ ଦାଶ, ସୁଶୀଲ କୁମାର ପ୍ରଧାନ, ସଂଗ୍ରାମ ଜେନା ସଦସ୍ୟ ଥିଲେ।

- Advertisement -
ବେଣୁଧର ପାଢ଼ୀ, ଦେବବ୍ରତ ମଦନରାୟ, ଗାୟତ୍ରୀବାଳା ପଣ୍ଡା (ଉପର)
ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ଚୌଧୁରୀ, ରବୀନ୍ଦ୍ର କୁମାର ମାଝୀ(ତଳ)

୨୭, ଫେବୃଆରୀ ୧୯୩୪ ମସିହାରେ ଜନ୍ମିତ ମନୋଜ ଦାସ ୧୪ ବର୍ଷ ବୟସରୁ ସାହିତ୍ୟ ସାଧନାରେ ମଗ୍ନହୋଇ ଆଜି ପରିଣତ ବୟସରେ ମଧ୍ୟ ସାଧନାରତ। ଛାତ୍ର ଜୀବନରେ ଜଣେ ବିପ୍ଳବୀ ଭାବେ ପରିଚିତ ଶ୍ରୀ ଦାସ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟକରି ୧୯୬୩ ମସିହାରୁ ଶ୍ରୀ ଅରବିନ୍ଦ ଆଶ୍ରମ ପଣ୍ଡିଚେରୀରେ ଅବସ୍ଥାନ କରିଆସୁଛନ୍ତି। ଶ୍ରୀ ଦାସଙ୍କ ସାହିତ୍ୟିକ ପ୍ରଭା ସୁଦୂର ପ୍ରସାରୀ। ଦେଶ ତଥା ବିଦେଶରେ ମଧ୍ୟ ଖ୍ୟାତି ଲାଭ କରିଥିବା ଶ୍ରୀ ଦାସ ଜଣେ ସଫଳ କଥାକାର ଭାବେ ବେଶ୍‍ ପରିଚିତ। ତାଙ୍କର ଗଳ୍ପ ଓ ଉପନ୍ୟାସଗୁଡିକ ବହୁପଠିତ ଓ ଉଚ୍ଚ ପ୍ରଶଂସିତ। ଉପନ୍ୟାସ – ବୁଲ୍‍ଡୋଜର, ପ୍ରଭଞ୍ଜନ, ଗୋଧୂଳିର ବାଘ, ଅମୃତଫଳ, ଆକାଶର ଇସାରା, ଚନ୍ଦ୍ରଲୋକର ପ୍ରହରୀ, ଶେଷ ତାନ୍ତ୍ରିକର ସନ୍ଧାନେ ଆଦି ପ୍ରଧାନ। ସେହିପରି କ୍ଷୁଦ୍ରଗଳ୍ପ ସଂକଳନ ମଧ୍ୟରେ – ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ମନୋଜ ପଞ୍ଚବିଂଶତି, ମନୋଜ ଦାସଙ୍କ କଥା ଓ କାହାଣୀ, ଭିନ୍ମ ମଣିଷ ଓ ଅନ୍ୟାନ୍ୟ କାହାଣୀ, କନକ ଉପତ୍ୟକାର କାହାଣୀ, ଅରଣ୍ୟ ଉଲ୍ଲାସ ଆଦି ପ୍ରଧାନ। ଶ୍ରୀ ଦାସ ୧୯୬୫ ମସିହାରେ ତାଙ୍କର ବହି ‘ଆରଣ୍ୟକ’ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ସମ୍ମାନ, ‘କଥା ଓ କାହାଣୀ’ ପାଇଁ ୧୯୭୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ୧୯୯୫ ମସିହାରେ ସାହିତ୍ୟ ଭାରତୀ ସମ୍ମାନ, ଅତିବଡି ଜଗନ୍ନାଥ ଦାସ ସମ୍ମାନ, ୨୦୦୧ ମସିହାରେ ସମ୍ମାନଜନକ ‘ପଦ୍ମଶ୍ରୀ’ ଓ ୨୦୨୦ ମସିହାରେ ସମ୍ମାନଜନକ ‘ପଦ୍ମଭୂଷଣ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଶ୍ରୀ ଦାସ ସବୁ ସମ୍ମାନର ଊଦ୍ଧ୍ୱର୍ରେ କୋଟି କୋଟି ଓଡ଼ିଆଙ୍କର ପ୍ରାଣରେ ସଦା ସ୍ମୃତି ସଜଳ ଜଣେ କାଳଜୟୀ ସ୍ରଷ୍ଟା।
‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ସହିତ ଉପାୟନ ଓ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାମାନଙ୍କୁ ଦଶ ହଜାର ଟଙ୍କା ସହିତ ଉପାୟନ ପ୍ରଦାନ କରାଯିବ।
ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖ ରବିବାର କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଅନୁଷ୍ଠିତ ହେବାକୁ ଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଚତୁର୍ଥ ବାର୍ଷିକ ସମାରୋହ ଅବସରରେ ଏହି କୃତବିଦ୍ୟ ସାହିତ୍ୟିକମାନଙ୍କୁ ସମ୍ମାନିତ କରାଯିବ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories