www.samajalive.in
Thursday, December 11, 2025
14.1 C
Bhubaneswar

ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

-ପେଟ୍ରୋଲିୟମ ଏବଂ ଇସ୍ପାତ୍‍ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା
-ଆଗାମୀ ଦିନରେ ଦେଶରେ ହେବାକୁ ଥିବା ଅଭିବୃଦ୍ଧି ମହିଳାଙ୍କ ଦ୍ୱାରା ସମ୍ଭବ
-ପ୍ରଧାନମନ୍ତ୍ରୀଙ୍କ ସି ଇନସ୍ପେୟାର ଅସ୍‍ ଅଭିଯାନରେ ସାମିଲ ହେବାକୁ ନିବେଦନ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଇସ୍ପାତ୍‍ ମନ୍ତ୍ରଣାଳୟର ପିଏସୟୁ ଏବଂ ସହଯୋଗୀ ସଂସ୍ଥାର ମହିଳା କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ମହିଳା କର୍ମଚାରୀମାନଙ୍କୁ ସମସ୍ତ ବାଧାବିଘ୍ନ ତଥା ସମସ୍ତ ପ୍ରକାର ଭେଦଭାବକୁ ସାମ୍ନା କରିବା ପାଇଁ ଆହ୍ୱାନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଓ ଅଗ୍ରଣୀ ଅଟନ୍ତି। ସେମାନେ ଦୁର୍ଗମ ଅଞ୍ଚଳକୁ
ଯାଇ ନୂତନ ଲ୍ୟାଣ୍ଡମାର୍କ ସୃଷ୍ଟି କରିବା ସହ ଆମ ସମାଜ ତଥା ଅର୍ଥନୀତିକୁ ନୂଆ ରୂପ ଦେଉଛନ୍ତି। ପେଟ୍ରୋଲିୟମ ଏବଂ
ଇସ୍ପାତ୍‍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଂଶସା କରିଛନ୍ତି ।
ସେ କହିଛନ୍ତି ଯେ ବିଭିନ୍ନ ଆଲୋଚନା ସମୟରେ ମହିଳା କର୍ମଚାରୀଙ୍କ ନିଷ୍ଠା ତାଙ୍କ ବିଶ୍ୱାସକୁ ଆହୁରି ଦୃଢ କରିଛି ଯେ
ଆଗାମୀ ଦିନରେ ହେବାକୁ ଥିବା ଅଭିବୃଦ୍ଧି ତାଙ୍କ ଦ୍ୱାରା ହିଁ ସମ୍ଭବ। ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍‍ ଇସ୍ପାତ୍‍
ଉତ୍ପାଦନ ହେଉ କିମ୍ବା ସମସ୍ତ ଭାରତୀୟଙ୍କୁ ଉର୍ଜା ନ୍ୟାୟ ପ୍ରଦାନ କରିବା ହେଉ, ଏହି ସବୁରେ ମହିଳାଙ୍କ ଯୋଗଦାନ ହିଁ
ଭାରତ ନିଜ ଲକ୍ଷ୍ୟକୁ ହାସଲ କରିବାରେ ଅଗ୍ରସର କରାଇବ।
ଏହି ପତ୍ରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭାରମ୍ଭ ହୋଇଥିବା ସି ଇନସ୍ପେୟାର ଅସ୍‍ ଅଭିଯାନରେ ମହିଳା
କର୍ମଚାରୀମାନେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories