www.samajalive.in
Wednesday, December 10, 2025
16.1 C
Bhubaneswar

ୟେସ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ରିଜର୍ଭ ବ୍ୟାଙ୍କର ଯୋଜନା – ପୁଞ୍ଜି ବିନିଯୋଗ କରିବ ଷ୍ଟେଟ ବ୍ୟାଙ୍କ

ସମାଜ ପୋର୍ଟାଲ ଡେସ୍କ: ୟେସ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ – ଆରବିଆଇ ଏକ ଡ୍ରାଫ୍ଟ ଯୋଜନା ୱେବସାଇଟରେ ସ୍ଥାନିତ କରିଛି। ଗତ ସନ୍ଧ୍ୟାରେ ୟେସ ବ୍ୟାଙ୍କର ପରିଚାଳନା ଭାର ନିଜ ଅଧୀନକୁ ନେବା ପରେ ଆଜି ରିଜର୍ଭ ବ୍ୟାଙ୍କ ଏଭଳି ପ୍ରସ୍ତାବ ରଖିଛି। ଏଥି ସହିତ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ ବ୍ୟାଙ୍କରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏହାର ପୁନରୁଦ୍ଧାର ଯୋଜନାରେ ଅଂଶୀଦାର ହେବାକୁ ଇଚ୍ଛା ପ୍ରକାଶ କରିଛି। ଏହି ଡ୍ରାଫ୍ଟ ଯୋଜନାରେ ନିବେଶକ ବ୍ୟାଙ୍କ ପୁନରୁଦ୍ଧାର କ୍ଷେତ୍ରରେ ୪୯ ପ୍ରତିଶତ ଅଂଶଧନ ବିନିଯୋଗ କରିବ ବୋଲି ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ପୁଞ୍ଜି ପରିମାଣ ୫ହଜାର କୋଟି ଟଙ୍କା ବଦଳରେ ଆରବିଆଇ ଯୋଜନା କରିଛି ଏବଂ ସେୟାର ସଂଖ୍ୟା ମଧ୍ୟ ୪୮ ହଜାର କୋଟିକୁ ବୃଦ୍ଧି କରିବାକୁ ଯୋଜନା କରିଛି।

ଯୋଜନା ଅନୁଯାୟୀ, ପୁନରୁଦ୍ଧାର ଅବଧି ଅର୍ଥାତ ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ୟେସ ବ୍ୟାଙ୍କର ସମସ୍ତ କର୍ମଚାରୀ ସମାନ ଦରମାରେ କାର୍ଯ୍ୟ କରିବେ। କିନ୍ତୁ ପରିଚାଳନା ମଣ୍ଡଳୀରୁ ବାହାରିଯିବା ନିର୍ଦ୍ଦେଶକଙ୍କ ଉପରେ ନିର୍ଭର କରିବ। ପୁଞ୍ଜି ନିବେଶ କରିବାକୁ ଥିବା ବ୍ୟାଙ୍କର ଦୁଇ ଜଣ ମନୋନୀତ ନିର୍ଦ୍ଦେଶକ ମଧ୍ୟ ପରିଚାଳନା ମଣ୍ଡଳୀରେ ସଦସ୍ୟ ରହିବ ନେଇ ମଧ୍ୟ ବ୍ୟବସ୍ତା ଥିବା ରିଜର୍ଭ କହିଛି। ମାର୍ଚ୍ଚ ୯ ପର୍ଯ୍ୟନ୍ତ ଜନସାଧାରଣ ଡ୍ରାଫ୍ଟ ଯୋଜନା ଉପରେ ପରାମର୍ଶ ଏବଂ ମନ୍ତବ୍ୟ ଦାଖଲ କରିପାରିବେ ବୋଲି ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories