www.samajalive.in
Wednesday, December 10, 2025
16.1 C
Bhubaneswar

ଥମୁନି ଦାଦନ ଯନ୍ତ୍ରଣା, ଘରକୁ ଫେରିଲା ଆଉଜଣେ ଶ୍ରମିକଙ୍କ ମୃତଦେହ

ଖପ୍ରାଖୋଲ : ସରକାର ଦାଦନ ରୋକିବାକୁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏହାର କୌଣସି ସୁପ୍ରଭାବ ଦେଖିବାକୁ ମିଳୁନାହିଁ। ବରଂ ଦିନକୁ ଦିନ ଦାଦନ ସମସ୍ୟା ଜଟିଳ ହେବାରେ ଲାଗିଛି। ଦାଦନ ଶ୍ରମିକମାନେ ଶାରିରୀକ ଏବଂ ମାନସିକ ନିର୍ୟ୍ୟାତନାର ଶିକାର ହେବା ସହିତ ବାରମ୍ବାର ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି। ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରାମର ଜଣେ ଦାଦନ ଶ୍ରମିକ ତେଲେଙ୍ଗାନାକୁ ଦାନଦ ଖଟି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଓଡିଆପାଲି ଗ୍ରାମର ବିଘ୍ନୁ ମାଝୀଙ୍କ ପତ୍ନୀ ବିମଳା ମାଝୀ, ପୁଅ ରାଏଧର ମାଝୀ(୧୭), ଝିଅ ରିତା ମାଝୀ(୧୫), ସାନପୁଅ ଲାଏବାନ ମାଝୀ (୧୨) ଙ୍କ ସହିତ ଫୁଲକିମୁଣ୍ଡାର ଜିତେନ୍ଦ୍ର ମାଝୀ (୨୮), ବାପା ଇଶ୍ୱର ମାଝୀ, ପତ୍ନୀ ଶୈରେନ୍ଧ୍ରୀ ମାଝୀ(୨୨) ଏବଂ ଦଶମାସର ଶିଶୁ ପୁତ୍ର ହେମସାଗର ମାଝୀ ସମସ୍ତେ ମିଶି ଗତ ଅକ୍ଟୋବର ମାସରେ ତେଲେଙ୍ଗାନାର କରିମ ନଗର ମଗଦ୍ଦମପୁରକୁ ଦାଦନ ଖଟିବାକୁ ଯାଇଥିଲେ। କପସିପାଲିର ପଞ୍ଚୁ ମହାନନ୍ଦଙ୍କ ପୁଅ ହିରାଧର ମହାନନ୍ଦ ତାଙ୍କୁ ଦାଦନ ଖଟିବାକୁ ତେଲେଙ୍ଗାନାକୁ ପଠାଇବା ସୂଚନା ମିଳିଥିବା ବେଳେ ବିମଳା ମାଝି ଏବଂ ତାଙ୍କ ଝିଅ ରିତା ମାଝୀ ୭୦ ହଜାର ଟଙ୍କା ଏବଂ ଜିତେନ୍ଦ୍ର ଙ୍କ ପରିବାର ୮୦ ହଜାର ଟଙ୍କା ଦାଦନ ସର୍ଦ୍ଦାର ହିରାଧରଙ୍କ ଠାରୁ ଅଗ୍ରିମ ନେଇଥିଲେ। ସେମାନେ ସମସ୍ତେ ଇଟାଭାଟି ମାଲିକ ନାଗେଶ୍ୱର ରାଓଙ୍କ ଏନ୍ବିଦସି ବ୍ରିକରେ କାମ କରୁଥିଲେ।

- Advertisement -

ସେମାନେ ସମସ୍ତେ ଘରକୁ ଫେରୁଥିବା ବେଳେ ବାଟରେ ଟ୍ରେନରେ ରାଏଧର ମାଝୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ଗତ ୪ ତାରିଖରେ ଘରକୁ ଆସିବା ପାଇଁ ରାମକୁଣ୍ଡମ ରେଲୱେ ଷ୍ଟେସନରୁ ସେମାନେ ପ୍ରଥମେ ଟ୍ରେନ ଚଢିଥିଲେ। ପରେ ନାଗପୁରରୁ ଟ୍ରେନ ବଦଳାଇ ରାଏପୁର ଆସିବା ବାଟରେ ଡଙ୍ଗରଗଡ ଷ୍ଟେସନ ଠାରେ ରାଏଧରଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ରାଏପୁର ଥାନାରେ ଏକ କେସ ରୁଜୁ ହୋଇଥିବା ବେଳେ ମୃତ ରାଏଧରଙ୍କର ପୋଷ୍ଟମର୍ଟମ କରାଯିବା ପରେ ତାଙ୍କ ମର ଶରୀରକୁ ଘରକୁ ପଠେଇ ଦିଆଯାଇଛି। ମୃତ ଶରୀରକୁ ପରିବାର ବର୍ଗ ଧରି ୫ ତାରିଖ ସନ୍ଧ୍ୟାରେ ଆସି ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ରାଏଧରଙ୍କ ମୃତ୍ୟୁ କୁ ନେଇ ତାଙ୍କର ମାଆ ସେ ଆଗରୁ ଅସୁସ୍ଥ ଥିଲେ ବୋଲି ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ଇଟାଭାଟି ମାଲିକ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପଡିବ ଭୟରେ ତରବରିଆ ଭାବେ ତାଙ୍କୁ ପଠେଇ ଦେଇଥିବାରୁ ତାଙ୍କର ବାଟରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଖବର ପାଇ ଖପ୍ରାଖୋଲ ଗ୍ରାମୀଣ ଶ୍ରମ ନିରୀକ୍ଷକ ସୁଧିର କୁମାର ସାହୁ ଓଡିଆପାଲି ସରପଞ୍ଚ ପ୍ରତିନିଧି ହେମସାଗର ସାହୁ, ସ୍ୱେଚ୍ଛାସେବୀ ରଘୁନାଥ ରଣା ପ୍ରମୁଖ ପିଡିତଙ୍କ ଘରକୁ ଯାଇ ଘଟଣା ବିଷୟରେ ଖବର ସଂଗ୍ରହ କରିଛନ୍ତି। ଅନ୍ୟ ପକ୍ଷରେ ମୃତ ରାଏଧରଙ୍କର ବାପା ବିଘ୍ନୁ ମାଝୀ ତାଙ୍କ ପୁଅର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନ୍ୟପକ୍ଷରେ ଉକ୍ତ ପରିବାର ନିଜର ନାମ ପଞ୍ଜିକରଣ କରିନଥିବାରୁ ଆଇନ ଅନୁସାରେ ସେମାନଙ୍କୁ ସରକାରୀ ସାହାଯ୍ୟ ମିଳିପାରିବ ନାହିଁ ବୋଲି ବ୍ଲକ ଶ୍ରମଅଧିକାରୀ ସୁଧିର କୁମାର ସାହୁ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories