www.samajalive.in
Friday, December 5, 2025
17.1 C
Bhubaneswar

୩ୟ କାଡାଭେରିକ କିଡ୍‌ନୀ ପ୍ରତିରୋପଣ ସଫଳ: ମୃତ୍ୟୁ ପରେ ୨ଜଣଙ୍କୁ ନୂଆ ଜୀବନ ଦେଲେ ରାଜଲକ୍ଷ୍ମୀ

କଟକ: ରାଜ୍ୟର ୩ୟ କାଡାଭେରିକ କିଡ୍‌ନୀ ପ୍ରତିରୋପଣ ଗୁରୁବାର ସଫଳ ହୋଇଛି। କଟକ ଏସସିବି ମେଡିକାଲରେ ଡାକ୍ତରମାନେ ୨ ଜଣଙ୍କଠାରେ ଦୁଇଟି କିଡ୍‌ନୀ ପ୍ରତିରୋପଣ କରିଛନ୍ତି। ଫଳରେ ଦୁଇ ଜଣଙ୍କୁ ନୂଆ ଜୀବନ ମିଳିଛି।

ସୂଚନା ଅନୁସାରେ, ପୁରୀର ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ ନାମ୍ନୀ ମହିଳା ଦୁର୍ଘଟଣାର ଶିକାର ହୋଇ ହାଇଟେକ୍‌ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରମାନେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ହାଇଟେକ୍‌ ମେଡିକାଲରେ ରାଜଲକ୍ଷ୍ମୀଙ୍କଠାରୁ କିଡନୀ କଢ଼ାଯାଇଥିଲା। ଏହି ଦୁଇଟି କିଡ୍‌ନୀ ଏସସିବିରେ ଚିକିତ୍ସାଧୀନ ଥିବା ମୟୂରଭଞ୍ଜର ରୀତାରାଣୀ ଏବଂ ଢେଙ୍କାନାଳ ଜିଲା କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କଠାରେ ପ୍ରତିରୋପଣ କରାଯାଇଛି। ଏହି କାଡାଭେରିକ୍‌ କିଡନୀ ପ୍ରତିରୋପଣ ସଫଳ ହୋଇଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, ପୂର୍ବରୁ ୨ଟି କାଡାଭେରିକ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଥିଲା। ପ୍ରଥମେ ଗତ ଫେବୃଆରୀ ୪ରେ ଏସସିବିରେ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତିରେ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ମୃତ୍ୟୁ ପରେ ନିଜର କିଡ୍‌ନୀ ଦାନ କରି ଦୁଇଜଣଙ୍କ ଜୀବନ ବଞ୍ଚାଇଥିଲେ। ଏହା ପରେ ଗତ ସପ୍ତାହରେ ଆପୋଲୋ ହସ୍ପିଟାଲରେ ବ୍ରେନ୍‌ଡେଡ୍‌ ଅବସ୍ଥାରେ ଥିବା ‘ସମାଜ’ର ପୂର୍ବତନ ସମ୍ପାଦକ ରାମଚନ୍ଦ୍ର ଦାଶଙ୍କ ବୋହୂ ସୁଚିତ୍ରାଙ୍କର ଦୁଇଟି କିଡ୍‌ନୀ କାଡାଭେରିକ୍‌ ପଦ୍ଧତିରେ କଢ଼ାଯାଇ ଦୁଇଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଗୋଟିଏ ଆମ୍ରି ହସ୍ପିଟାଲରେ ଏବଂ ଅନ୍ୟଟି ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories