www.samajalive.in
Friday, December 5, 2025
26.1 C
Bhubaneswar

ମହିଳା ଟି-୨୦ ବିଶ୍ବକପ : ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍‌ 

ସିଡନୀ  : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସେମିଫାଇନାଲ୍ ମ୍ୟାଚ୍‌ରେ ଗୁରୁବାର ଭାରତର ମୁକାବିଲା ଇଂଲଣ୍ଡ ସହ ହେବ। ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଶୀର୍ଷ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଥିବା ଦୃଷ୍ଟିରୁ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବାକୁ ଆଶା ରହିଛି।

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପୂର୍ବ ସଂସ୍କରଣଗୁଡ଼ିକରେ ଭାରତୀୟ ଦଳ କେବେ ବି ଫାଇନାଲରେ ପ୍ରବେଶ କରିନଥିବା ବେଳେ ଚଳିତଥର ଟାଇଟଲ୍ ହାସଲ କରିବ ବୋଲି ଅନେକ କ୍ରିକେଟ୍‌ ପଣ୍ଡିତ ଆଶା ରଖିଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ୫ଟି ଯାକ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ବିଜୟୀ ହୋଇଥିବାରୁ ସେମିଫାଇନାଲ୍‌ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଗତଥରର ସଂସ୍କରଣରେ ଇଂଲଣ୍ଡ ଦଳ ଭାରତକୁ ୮ ୱିକେଟ୍‌ରେ ପରାସ୍ତ କରିଥିଲା। ଭାରତୀୟ ଦଳର ୧୬ ବର୍ଷୀୟା ଓପନର୍‌ ସେଫାଳି ବର୍ମା ବେଶ୍‌ ଭଲ ଫର୍ମରେ ଅଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ରୁ ୧୬୧ ରନ୍‌ ସଂଗ୍ରହ କରିଛନ୍ତି। ​‌ସେ ସେମିଫାଇନାଲ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲେ ଭାରତୀୟ ଦଳର ବିଜୟ ନିଶ୍ଚିତ ବୋଲି ଧରାଯାଉଛି। ସେହିପରି ବେଦା କ୍ରିଷ୍ଣାମୂର୍ତ୍ତି, ଶିଖା ପାଣ୍ଡେ ଓ ରାଧା ଯାଦବ ଭିନ୍ନ ଭିନ୍ନ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ଠାରୁ ଦଳ ସେମିଫାଇନାଲରେ ଭଲ ପ୍ରଦର୍ଶନର ଆଶା ରଖିଛି। ଅନ୍ୟପକ୍ଷରେ ଅଧିନାୟିକା ହରମନ୍‌ପ୍ରୀତ କୌର୍‌ ଓ ସ୍ମୃତି ମାନ୍ଧାନା ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ସେମିଫାଇନାଲରେ ସେମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ବୋଲିଂ ବିଭାଗରେ ଲେଗ୍‌ ସ୍ପିନର ପୁନମ ଯାଦବ ବେଶ୍ ଭଲ ପ୍ରଦର୍ଶନ କରି ୪ଟି ମ୍ୟାଚ୍‌ରୁ ୯ଟି ୱିକେଟ୍ ହାସଲ କରିଥିବା ବେଳେ ଶିଖା ପାଣ୍ଡେ ୪ଟି ମ୍ୟାଚ୍‌ରୁ ୭ଟି ୱିକେଟ୍‌ ନେଇଛନ୍ତି।

- Advertisement -

ଇଂଲଣ୍ଡ ଦଳ ଗ୍ରୁପ୍‌ ବି’ରେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛି। ଦଳ ଲିଗ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି। ଇଂଲଣ୍ଡର ନାଟାଲି ବର୍ତ୍ତମାନ ସୁଦ୍ଧା ୨୦୨ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ରହିଛି। ବୋଲିଂ ବିଭାଗରେ ସୋଫି ଏକ୍‌ଲେଷ୍ଟୋନ୍ ୮ଟି ଓ ଆନ୍ୟା ୭ଟି ୱିକେଟ୍ ହାସଲ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories