www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରିୟଙ୍କାରାଣୀ, ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀ : ଅଙ୍ଗଦାନ ପଥରେ ଆଉଜଣେ ନାରୀ

କଟକ : ଏକ ମାସ ମଧ୍ୟରେ ରାଜ୍ୟରେ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସାଧୀନ(ବ୍ରେନ୍‌ ଡେଡ୍‌ ବା ମସ୍ତିଷ୍କ ମୃତ) ରାଜଲକ୍ଷ୍ମୀ ଦାସଙ୍କ କିଡ୍‌ନୀ ଅଣାଯାଇ ଏସ୍‍ସିବିରେ ଚିକିତ୍ସାଧୀନ ମୟୂରଭଞ୍ଜ ଜିଲାର ରୀତାରାଣୀ ମହନ୍ତଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ଯଦି କୌଣସି ଅଘଟଣ ନ ଘଟେ, ତେବେ ଗୁରୁବାର ସକାଳେ ରୀତାରାଣୀଙ୍କ ଶରୀରରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ଏସ୍‌ସିବି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଗତ ୨ ତାରିଖରେ ସ୍କୁଟରରେ ବସି ଘରକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ। ପରିବାରଲୋକ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଚିକିତ୍ସା ସମ୍ଭବ ନ ହେବାରୁ ରାଜଲକ୍ଷ୍ମୀଙ୍କୁ ପରିବାର ଲୋକ ତାଙ୍କୁ ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ସତ୍ତ୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ବୁଧବାର ସକାଳେ ଡାକ୍ତରମାନେ ତାଙ୍କୁ ବ୍ରେନ୍‌ ଡେଡ୍‌(ମସ୍ତିଷ୍କ ମୃତ) ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଭାରତ ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡଃ ପ୍ରଭାସ ଆଚାର୍ଯ୍ୟ ତୁରନ୍ତ ହାଇଟେକ୍‌ ହସ୍ପିଟାଲରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ସ୍ୱାମୀ ଅଭିମନ୍ୟୁଙ୍କ ସମେତ ପରିବାର ସଦସ୍ୟଙ୍କୁ ଅଙ୍ଗଦାନର ମହତ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ। ଦୀର୍ଘ ସମୟ ଆଲୋଚନା ପରେ ପରିବାର ଲୋକ ରାଜଲକ୍ଷ୍ମୀଙ୍କ କିଡ୍‌ନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଡଃ ଆଚାର୍ଯ୍ୟ ସୋଟୋର ନୋଡାଲ ଅଫିସର ଡା. ଚିତ୍ତରଞ୍ଜନ କରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବିଳମ୍ବିତ ରାତିରେ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା। ଏସ୍‌ସିବିରୁ ଡା. କର ଏବଂ ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତର ଦଳ ହାଇଟେକ୍‌ରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ଶରୀରରୁ କିଡ୍‌ନୀ କାଢ଼ିଥିଲେ।

- Advertisement -

ସୋଟୋର ନିୟମ ଅନୁଯାୟୀ ରାଜଲକ୍ଷ୍ମୀଙ୍କ ଗୋଟିଏ କିଡ୍‌ନୀ ଆପୋଲୋ ଏବଂ ଅନ୍ୟଟି ଏସ୍‌ସିବିରେ ଚିକିତ୍ସାଧୀନ ରୀତାରାଣୀଙ୍କ
ଶରୀରରେ ପ୍ରତିରୋପଣ ପାଇଁ ଅଣାଯାଇଥିଲା। ଯଦି ସମସ୍ତ ପ୍ରକ୍ରିୟା ସଠିକ୍‌ ଭାବେ ସମ୍ପାଦିତ ହୁଏ, ଆସନ୍ତାକାଲି ରୀତାରାଣୀଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରାଯିବ ବୋଲି ଡା. କର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମଥ ପାଇଁ ଫେବୃଆରୀ ୪ତାରିଖରେ ଏସସିବିରେ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତିରେ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ଜାନୁଆରୀ ୨୭ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫେବୃଆରୀ ୩ତାରିଖ ରାତିରେ ଚିକିତ୍ସା କରୁଥିବା ଡାକ୍ତରୀଦଳ ତାଙ୍କୁ ବ୍ରେନ ଡେଡ୍‍ ଘୋଷଣା କରିଥିଲେ। ପରିବାରଲୋକେ ପ୍ରିୟଙ୍କା ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏସସିବିରେ ଚିକିତ୍ସାଧୀନ ଥିବା ବରଗଡ଼ ଜିଲାର ଫିରୋଜଙ୍କ ଶରୀରରେ ଗୋଟିଏ କିଡ୍‌ନୀ ଏବଂ ଅନ୍ୟଟି ଆପୋଲୋ ହସ୍ପିଟାଲର ଜଣେ ରୋଗୀର ଶରୀରରେ ପ୍ରତିରୋପଣ କରାଯାଇଥିଲା। ସେହିପରି ଗତ ସପ୍ତାହରେ ଆପୋଲୋ ହସ୍ପିଟାଲରେ ବ୍ରେନ୍‌ଡେଡ୍‌ ଅବସ୍ଥାରେ ଥିବା ‘ସମାଜ’ର ପୂର୍ବତନ ସଂପାଦକ ରାମଚନ୍ଦ୍ର ଦାଶଙ୍କ ବୋହୂ ସୁଚିତ୍ରାଙ୍କର ଦୁଇଟି କିଡ୍‌ନୀ କାଡାଭେରିକ୍‌ ପଦ୍ଧତିରେ କଢ଼ାଯାଇ ଦୁଇଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଗୋଟିଏ ଆମ୍ରି ହସ୍ପିଟାଲରେ ଏବଂ ଅନ୍ୟଟି ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories