www.samajalive.in
Sunday, December 14, 2025
16.1 C
Bhubaneswar

ଟାଟା ଷ୍ଟିଲର ପ୍ରତିଷ୍ଠାତା ଜେ ଏନ୍‍ ଟାଟାଙ୍କ ୧୮୧ତମ ଜନ୍ମ ଦିବସ ପାଳିତ

କଳିଙ୍ଗନଗର : ଓଡ଼ିଶାର ଯାଜପୁର ଜିଲ୍ଳାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗରରେ ଏହାର ପ୍ରତିଷ୍ଠାତା ଓ ଦୂରଦ୍ରଷ୍ଟା ଜାମସେତ୍‍ଜୀ ନସରେୱନ୍‍ଜୀ ଟାଟାଙ୍କ ୧୮୧ତମ ଜନ୍ମାବର୍ଷିକୀ ପ୍ରବଳ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠାତାଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଟାଟା ଷ୍ଟିଲ କଳିଙ୍ଗନଗରର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୩୦୦ କର୍ମଚାରୀଙ୍କ ଦ୍ୱାରା ପ୍ୟାରେଡ଼ ସହିତ ଦିନର ଆରମ୍ଭ ହୋଇଥିଲା। ପ୍ରକଳ୍ପ ଅଞ୍ଚଳରୁ ଏହି ପ୍ୟାରେଡ଼ ଆରମ୍ଭ ହୋଇ ଟାଟା ଷ୍ଟିଲ କଳିଙ୍ଗନଗର କେନ୍ଦ୍ର ପାର୍କିଂ ଅଞ୍ଚଳରେ ସମାପ୍ତ ହୋଇଥିଲା। ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍‍ ସେବା ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଷୟବସ୍ତୁ-ଭିତ୍ତିକ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ଶତପଥୀଙ୍କ ସହିତ ବରିଷ୍ଠ ଅଧିକାରୀ, କମ୍ପାନୀ କର୍ମଚାରୀ, ଟାଟା ପରିବାର ସଦସ୍ୟ, ସ୍ଥାନୀୟ ପ।ୟତରାଜ ପ୍ରତିନିଧି ଜେ ଏନ୍‍ ଟାଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଦର୍ଶନୀର ବିଷୟବସ୍ତୁ, “ଭବିଷ୍ୟତ ପାଇଁ ପ୍ରସ୍ତୁତ, ସଂଯୋଗୀକରଣ, ସତର୍କ ଓ ଦୀର୍ଘସ୍ଥାୟୀ’ ଏକ ଦୂରଦ୍ରଷ୍ଟା ଭାବେ ଜେ. ଏନ୍‍ ଟାଟାଙ୍କ ଚିରସ୍ଥାୟୀ ବ୍ୟକ୍ତିତ୍ୱ, ଏକ ବିଦ୍ୱାନ୍‍, ଶିଳ୍ପପତି ଓ ଏକ ଚିନ୍ତାଶିଳ ଆତ୍ମା ଭାବେ ତାଙ୍କ ଭାବନାକୁ ପ୍ରତିଫଳିତ କରୁଛି। ଏହାବ୍ୟତୀତ ଉକ୍ତ ପ୍ରଦର୍ଶନୀ ୨୦୦୪ ରୁ ୨୦୨୦ ପର୍ଯ୍ୟନ୍ତ ଟାଟା ଷ୍ଟିଲ କଳିଙ୍ଗନଗରର ଯାତ୍ରାକୁ ଚିତ୍ରଣ କରୁଥିବାବେଳେ ଏଥିରେ ବିଶ୍ୱ ଅର୍ଥନୈତିକ ମ (ଡବ୍ଲ୍ୟଇଏଫ୍‍)ର ଗ୍ଲୋବାଲ ନେଟୱର୍କରେ ନିର୍ମାଣକାରୀ ବତିଘର ଭାବେ କାରଖାନା ସାମିଲ ହେବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରତିଷ୍ଠାତା ଦିବସ ପାଳନ ପୂର୍ବ କାର୍ଯ୍ୟକ୍ରମ ଅନ୍ତର୍ଗତ ଫେବୃଆରୀ ୨୭ ତାରିଖ ଦିନ ବ୍ରାହ୍ମଣୀପାଳ ଆବାସିକ କମ୍ପେ୍ଲକ୍ସରେ ଏକ “ରନ୍‍-ଏ-ଥନ୍‍”ର ଆୟୋଜନ କରାଯାଇଥିଲା। ଏଥିରେ ୫୦୦ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହାର ଶୁଭାରମ୍ଭ ସମୟରେ ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ଭାଇସ ପ୍ରେସିଡେ ଶ୍ରୀ ରାଜୀବ କୁମାର, କର୍ପୋରେଟ୍‍ ସର୍ଭିସେସ୍‍ ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିସ୍ଥାପନ ଓ ଥଇଥାନ ବିଭାଗ ପକ୍ଷରୁ ଡିପି ନେତା ଏକାଦଶ ଓ ଭିପି ଏକାଦଶ ମଧ୍ୟରେ ଗୋବରଘାଟିଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‍ର ଆୟୋଜନ କରାଯାଇଥିଲା। ପୁରସ୍କାର ବିତରଣୀ ସମାରୋହରେ କଳିଙ୍ଗନଗର ଏଡିଏମ୍‍ ଶ୍ରୀ ସନ୍ତୋଷ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେବା ସହିତ ବିଜୟୀ ଦଳ ଓ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories