ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପାଟ ଧନୁର୍ଜୟପୁର ଗ୍ରାମର ରଙ୍ଗାଧର ମୁଣ୍ଡାଙ୍କ ଝିଅ ସନ୍ଧ୍ୟାରାଣୀ ମୁଣ୍ଡା(୧୭) ନିଜ ମାଆ ସହ ଝଗଡା କରି ମାମୁଁ ଘର ପାଟଣା ଥାନା ସରାସକେଲା ଗ୍ରାମକୁ ପଳାଇ ଆସିଥିବା ବେଳେ ଗତ ରାତି ମାମୁଁଘରେ କୀଟନାଶକ ପିଇ ଦେଇଥିଲେ । ଘଟଣା ଜଣାପଡିବା ପରେ ସନ୍ଧ୍ୟା ରାଣୀକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପାଟଣା ଥାନା ସବ୍ଇନ୍ସପେକ୍ଟର ଅରୁପ କୁମାର ସାମଲ କରଞ୍ଜିଆ ଯାଇ ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି ।
Popular Categories



