www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରାକ୍ଟର ଓ ଅଟୋ ମୁହାଁମୁହିଁ ଧକ୍କା, ୫ଆହତ

ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ବିକ୍ରମଗୁଡା ପାଖରେ ଏକ ଟ୍ରାକ୍ଟର ଓ ଅଟୋ ମୁହାମୁହିଁ ଧକ୍କା ହେବା ଫଳରେ ୫ଜଣ ଆହତ ହୋଇଛନ୍ତି। ଆହତ ସମସ୍ତେ ପର୍ଲା ପଞ୍ଚାୟତ ସେମଲା ଗାଁର ବୋଲି ଜଣାପଡିଛି। ତନ୍ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୁଚନା ଅନୁଯାୟୀ, ସେମଲା ଗାଁର ଗମ୍ଭିର ମଶ୍ରା, ଜେମା ବାଗ, ଧନମତି ମଶ୍ରା, କୁଜୁମା ଗୋପାଳ ଓ ବାସନ୍ତି ବାଗ ଧର୍ମଗଡ ନିକଟସ୍ଥ ସରଧାପୁର ଗାଁରୁ ନିଜ ଗାଁ ଫେରୁଥିଲେ। ଏହି ସମୟରେ ବିକ୍ରମଗୁଡା ଛକରେ ଏକ ଟ୍ରାକ୍ଟର ସହ ମୁହାମୁହିଁ ଧକ୍କା ହୋଇଥିଲ। ଟ୍ରାକ୍ଟରଟି ଏକ କ୍ରସରର ବୋଲି ଜଣାପଡିଛି। ଦୁର୍ଘଟଣାରେ ଜେମା ବାଗଙ୍କ ହାତ ଛିଣ୍ଡିଯାଇଛି। ତୁରନ୍ତ ସମସ୍ତଙ୍କୁ ଧର୍ମଗଡ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଜେମା, ଧନମତି, କୁଜୁମାଙ୍କୁ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି। ସେଠାରେ ଜେମାଙ୍କ ହାତ କଟାଯାଇଥିବା ଜଣାପଡିଛି। ଘଟଣାଟି ଗତକାଲି ରାତ୍ରିରେ ଘଟିଥିଲା। ଧର୍ମଗଡ ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories