www.samajalive.in
Sunday, December 14, 2025
23.1 C
Bhubaneswar

ବୋମାମାଡରେ ସୁପରଭାଇଜର ଗୁରୁତର

ପିପିଲି : ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ନିକଟରେ ଥିବା ଏକ ବିଲଡର ସଂସ୍ଥାର କାର୍ଯ୍ୟ ଚାଲିଥିବା ବେଳେ ଶନିବାର ବୋମାମାଡ ହେବା ଫଳରେ ଜଣେ ସୁପରଭାଇଜର ଆହତ ହୋଇଛନ୍ତିି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆହତଙ୍କ ନାମ ପ୍ରଶାନ୍ତ କୁମାର (୩୫) ଓ ତାଙ୍କ ନିଜ ଘର ବିହାରର ପାଟଣା ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ପ୍ରଗତିବିହାର ଅଞ୍ଚଳରେ ରହୁଥିବା ସୂଚନା ମିଳିଛି।
ପୁଲିସର ସୂଚନା ଅନୁଯାଇ, ଦରଡା ଗ୍ରାମ୍ୟଛକ ନିକଟରେ ବାଇପାସ ରାସ୍ତା ପାର୍ଶ୍ବରେ ଅଫିସର୍ସ ହାଉସିଂ କୋ-ଅପରେଟିଭ୍‌ ସୋସାଇଟି ଲିଃ ସଂସ୍ଥାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ଏହି ବୋମାମାଡ ହୋଇଥିଲା। ସୁପରଭାଇଜର ଦାୟିତ୍ୱରେ ଥିବା ପ୍ରଶାନ୍ତ ଏକ ଚେୟାରରେ ବସିଥିବା ବେଳେ ଦୁଇଜଣ ଅଜଣା ଯୁବକ ହଠାତ୍‌ ସେଠାକୁ ଆସି ତାଙ୍କ ଉପରକୁ ଗୋଟିଏ ବୋମା ଫୋପାଡି ଦଉଡି ପଳାଇଥିଲେ। ବୋମାମାଡରେ ପ୍ରଶାନ୍ତଙ୍କ ବାମଗୋଡର ଆଣ୍ଠୁ ଓ ବାମହାତ ପାପୁଲିର ଉପରଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତେବେ ଉକ୍ତ ବିଲ୍‌ଡର ସଂସ୍ଥା ସହ ଥିବା କୌଣସି ବିବାଦକୁ ନେଇ ଏହି ବୋମାମାଡ ହୋଇଥିବା ପୁଲିସ ସନ୍ଦେହ କରୁଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories